fbpx

୭ ମେଡିକାଲ ଛାତ୍ର ମୃତ ଘଟଣା: ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ସୋମବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୭ ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁବରଣ ଘଟଣା ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ମୃତକଙ୍କ ମଧ୍ୟରେ ବିଜେପି ବିଧାୟକଙ୍କ ପୁଅ ରହିଛନ୍ତି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ପିଏମ୍ କେୟାର୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହିତ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ।

ପୋଲିସ୍ ର କହିବାନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ର ମାନେ ମହାରାଷ୍ଟ୍ରର ସେଲସୁରା ନିକଟରେ କାର୍ ରେ ଯାଉଥିବା ବେଳେ ଗାଡ଼ି ସାମନାକୁ ଏକ ଜଙ୍ଗଲୀ ପଶୁ ହଠାତ୍ ଗାଡ଼ି ସାମନାକୁ ଚାଲିଆସିଥିଲା । ଫଳରେ ଡ୍ରାଇଭ୍ କରୁଥିବା ବ୍ୟକ୍ତି ଜଣକ ପଶୁଟିକୁ ବଞ୍ଚାଇବାକୁ ଯାଇ ଅନ୍ୟପଟରୁ ଗାଡ଼ି ବୁଲାଇ ଦେଇଥିଲେ ଯାହାଫଳରେ ଗାଡ଼ିକୁ ଭୀଷଣ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା ଓ ଏକାବେଳକେ ୭ ଜଣଙ୍କ ଜୀବନ ଚାଲିଯାଇଥିଲା ।

Get real time updates directly on you device, subscribe now.