fbpx
BJD SKY
BJD SKY

ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ଉପରୁ ପ୍ରତିବନ୍ଧକ ହଟିଲା: ରାଜସ୍ୱ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେବା ସହିତ ବିଭିନ୍ନ ବିଭାଗର ବିକାଶ ପାଇଁ ନୂଆ ନୂଆ ନୀତି ପ୍ରଣୟନ କରୁଛନ୍ତି । ତେବେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନୂଆ ବର୍ଷ ଅବସରରେ ଏକ ବଡ଼ ଉପହାର ଦେଇଛନ୍ତି । ଏଣିକି ଜମି ବିକ୍ରି, ବଣ୍ଟନ ଓ ହସ୍ତାନ୍ତରରେ କୌଣସି ସମସ୍ୟା ଉପୁଜିବ ନାହିଁ ।

ସୂଚନା ମୁତାବକ, ଲୋକଙ୍କ ପ୍ରସ୍ତାବ ଆଧାରରେ ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଯାଇଛି । ବିଧାନସଭାରେ ପାରିତ ହୋଇଥିବା ଅଧିନିୟମ ସମ୍ପର୍କରେ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଫଳରେ ରାଜ୍ୟର ପାଖାପାଖି ୮ ହଜାର ଗ୍ରାମର ଲକ୍ଷାଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇ ପାରିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶମତେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ । ଏହି ଅବସରରେ ଚକ ଜମି ଉପରେ ଲାଗିଥିବା କଟକଣାକୁ ହଟାଇବା ପାଇଁ ଜନସାଧାରଣ ଶ୍ରୀ ପାଣ୍ଡିଆଙ୍କ ନିକଟରେ ନିବେଦନ କରିଥିଲେ । ଜନତାଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ୱ ଟାସ୍କଫୋର୍ସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହାପରେ ଉକ୍ତ ଅଧିନିୟମକୁ ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଦିଆଯାଇଥିଲା । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଂଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡ ବିଖଣ୍ଡନକୁ ରୋକିଥାଏ । ଉକ୍ତ ଆଇନ ଉଲ୍ଲଂଘନ କରି କୌଣସି ଜମିର ବଣ୍ଟନ ବା ହସ୍ତାନ୍ତରଣ ବେଆଇନ ଥିଲା । ଫଳରେ ନିଜର ଜମି ଥାଇ ମଧ୍ୟ ଲୋକମାନେ ଆବଶ୍ୟକତା ସମୟରେ ସେମାନଙ୍କର ଜମି ବିକ୍ରି କରିପାରୁ ନଥିଲେ କି ପରସ୍ପର ମଧ୍ୟରେ ବଣ୍ଟନ କରିପାରୁ ନଥିଲେ । ଏପରିକି ବାହାଘର, ପାଠପଢ଼ା, ବ୍ୟବସାୟ ପାଇଁ ଅର୍ଥ ଆବଶ୍ୟକତା ପଡ଼ିଲେ ଲୋକମାନେ ନିଜର ଜମି ବିକ୍ରି ପରିପାରୁନଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏଣିକି ଲକ୍ଷାଧିକ ଲୋକଙ୍କର ଏକ ବଡ଼ ସମସ୍ୟା ଦୂର ହୋଇଯାଇଛି ।

Get real time updates directly on you device, subscribe now.