fbpx

ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ଗୌତମ ଅଦାନୀ: ଗୋଟିଏ ଦିନରେ ବଢ଼ିଲା ୭.୬ ଅରବ ଡଲାର ସମ୍ପତ୍ତି

ନୂଆଦିଲ୍ଲୀ: ପାଖାପାଖି ୧ ବର୍ଷ ପରେ ଶିଳ୍ପପତି ଗୌତମ ଅଦାନୀ ପୁଣି ଥରେ ଏସିଆର ଏକ ନମ୍ବର ଧନୀ ହୋଇଛନ୍ତି । ବିଶ୍ୱର ଅରବପତିଙ୍କ ଲିଷ୍ଟରେ ଏବେ ସେ ୧୨ତମ ସ୍ଥାନରେ ରହିଛନ୍ତି । ଏଭଳି ସ୍ଥିତିରେ ଭାରତର ଅନ୍ୟତମ ଶିଳ୍ପପତି ମୁକେଶ ଅମ୍ବାନୀ ପଛରେ ପଡ଼ିଯାଇଛନ୍ତି । ଅଦାନିଙ୍କ ନେଟ ୱର୍ଥରେ ଜବରଦସ୍ତ ବୃଦ୍ଧି ସହିତ ୨୪ ଘଣ୍ଟାରେ ତାଙ୍କର ସମ୍ପତ୍ତି ୭.୬ ଅରବ ଡଲାର ବୃଦ୍ଧି ପାଇଛି ।

ଅରବପତିଙ୍କ ଲିଷ୍ଟରେ ମୁକେଶ ୧୩ତମ ସ୍ଥାନରେ ରହିଥିବା ବେଳେ ତାଙ୍କର ନେଟ ୱର୍ଥ ୯୭ ଅରବ ଡଲାରରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ତାଙ୍କର ନେଟ ୱର୍ଥ ୬୬୫ ମିଲିୟନ ଡଲାର ବୃଦ୍ଧି ପାଇଛି । ଗତ ୪ ତାରିଖ ସୁଦ୍ଧ ଅଦାନି ଅରବପତିଙ୍କ ଲିଷ୍ଟରେ ୧୪ତମ ସ୍ଥାନରେ ରହିଥିବା ବେଳେ ୨୪ ଘଣ୍ଟାରେ ସେ ୧୨ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଏପରି ସ୍ଥିତିରେ ସେ ଭାରତର ସବୁଠାରୁ ଧନୀବ୍ୟକ୍ତି ହେବା ସହିତ ତାଙ୍କର ମୋଟ ସମ୍ପତ୍ତି ୯୭.୬ ଅରବ ଡଲାରରେ ପହଞ୍ଚିଯାଇଛି । ବ୍ଲୁମବର୍ଗ ବିଲିୟନେର ଇଣ୍ଡେକ୍ସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ସୁପ୍ରିମକୋର୍ଟ ଅଦାନୀ-ହିଣ୍ଡେନବର୍ଗ ମାମଲାର ଶୁଣାଣି କରିଥିଲେ । ତା’ ପରଠାରୁ ଅଦାନୀଙ୍କର ସମ୍ପତ୍ତିରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହି ମାମଲାରେ ଅଦାନୀ ଗ୍ରୁପର ଅଧ୍ୟକ୍ଷଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଏକ ବଡ଼ ଆଶ୍ୱସ୍ତି ମିଳିଥିଲା । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ତଦନ୍ତକୁ ଠିକ୍ ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇବା ସହିତ ସେବିର ଯାଞ୍ଚରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।

Get real time updates directly on you device, subscribe now.