fbpx

RBI ପକ୍ଷରୁ ଆକ୍ସନ: ପାଞ୍ଚଟି ବ୍ୟାଙ୍କ ଉପରେ ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ, ଗ୍ରାହକ ସାବଧାନ

ନୂଆଦିଲ୍ଲୀ: ନିୟମ ଅବହେଳା ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦେଶଣ ୫ଟି ବ୍ୟାଙ୍କ ବିରୋଧରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆକ୍ସନ ନିଆଯାଇଛି । ତେଣୁ ଏଭଳି ସ୍ଥିତିରେ ଗ୍ରାହକମାନେ ସତର୍କ ରହିବାର ଆବଶ୍ୟକତା ରହିଛି । କେଉଁ କେଉଁ ବ୍ୟାଙ୍କ ଉପରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଗ୍ରାହକମାନେ ଚେକ୍ କରିବା ନିହାତି ଆବଶ୍ୟକ ।

ସୂଚନା ମୁତାବକ, ଗୁଜରାଟ ସ୍ଥିତ ୫ଟି ସମବାୟ ବ୍ୟାଙ୍କ ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ବ୍ୟାଙ୍କଗୁଡ଼ିକ ଉପରେ ୫୦ ହଜାରରୁ ଆରମ୍ଭ କରି ୫ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇଛି । ବଦୋଦରା ସ୍ଥିତ ଶ୍ରୀ ଭାରତ ସମବାୟ ବ୍ୟାଙ୍କ ଓ ସହରୀ ପ୍ରାଥମିକ ସମବାୟ ବ୍ୟାଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ଡିପୋଜିଟ ସହ ଜଡ଼ିତ ନିୟମ ଉଲ୍ଲଂଘନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସେହିପରି ଗୁଜରାଟର ଛୋଟାଉଦେପୁର ଜିଲ୍ଲା ସ୍ଥିତ ସଙ୍ଖେଦା ନାଗରିକ ସହକାରୀ ବ୍ୟାଙ୍କ ଉପରେ ୫ ଲକ୍ଷ, ଭୂଜ କମର୍ସିଆଲ ସମବାୟ ବ୍ୟାଙ୍କ ଉପରେ ୧.୫୦ ଲକ୍ଷ ଓ ଲିମଡ଼ି ସହାରୀ ସମବାୟ ବ୍ୟାଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଛି । ପାର୍ଲାଖେମୁଣ୍ଡି ସମବାୟ ସହରୀ ବ୍ୟାଙ୍କ ଉପରେ ମଧ୍ୟ ୧.୫୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ, କେୱାଇସି ନିୟମ ଅବମାନନା ଆଦି କାରଣରୁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିଛି ।

Get real time updates directly on you device, subscribe now.