fbpx

ବାଇକ୍-ସ୍କୁଟିର ପଛରେ ବସାଇଲେ କଟିବ ଚାଲାଣ

ବାଇକ୍ ଓ ସ୍କୁଟି ପଛରେ କାହାକୁ ବସାଇଲେ ୨୫୦ରୁ ୧୦୦୦ ପର୍ଯ୍ୟନ୍ତ ଚାଲାଣ କଟିବ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି । ଏହି ଭୁଲକୁ ବାରମ୍ବାର କରିବା ଦ୍ୱାରା ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ । ମାସ୍କ ପିନ୍ଧିବା, ଲକଡାଉନର ଉଲ୍ଲଙ୍ଘନ କରିବା ଓ ଦୁଇ ଚକିଆ ଯାନରେ ଜଣେ ଯିବାର ଅନୁମତିକୁ ନେଇ ସମ୍ବୋଧିତ ଅଧିସୂଚନା ମହାମାରୀ ନିୟନ୍ତ୍ରଣ ଆକ୍ଟ ଅନୁଯାୟୀ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଆକ୍ଟ ଅନୁଯାୟୀ, ଦୁଇ ଚକିଆ ଯାନରେ ଜଣେ ହିଁ ଯାତ୍ରା କରିପାରିବ । ବାଇକ୍ ଓ ସ୍କୁଟିର ପଛରେ ଆଉ କାହାକୁ ବସିବାକୁ ଅନୁମତି ନାହିଁ । ଦୁଇ ଜଣ ବସି ଯାଉଥିଲେ ପ୍ରଥମଥର ୨୫୦ ଟଙ୍କା, ଦ୍ୱିତୀୟଥର ୫୦୦ ଓ ୩ୟ ଥରରେ ୧୦୦୦ ଟଙ୍କା ଚାଲାଣ କଟିବା ସହ ପରେ ଚାଳକର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ । ଯଦି କୌଣସି ମହିଳା ଡ୍ରାଇଭିଂ ଜାଣିନଥିବେ ଓ ସେ ନିଜ ସମ୍ପର୍କୀୟଙ୍କ ସହ କାର୍ଯ୍ୟସ୍ଥଳକୁ ଯିବାକୁ ଚାହୁଁଥିବେ, ତେବେ ତାଙ୍କୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରଟଙ୍କ ଅନୁମତି ନେବାକୁ ପଡିବ । ଏହା ସହ ପଛରେ ବସିଥିବା ମହିଳାଙ୍କୁ ହେଲମେଟ୍, ମାସ୍କ ଓ ଗ୍ଲୋବସ ପିନ୍ଧିବା ଜରୁରି ।

Get real time updates directly on you device, subscribe now.