fbpx

ଚମ୍ପାଇ ସୋରେନଙ୍କ ଫ୍ଲୋର ଟେଷ୍ଟ; ବିଧାନସଭାରେ ପହଞ୍ଚିଲେ ହେମନ୍ତ ସୋରେନ୍

Advertisement

ରାଞ୍ଚି: ଝାଡ଼ଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଫ୍ଲୋର ଟେଷ୍ଟରେ ଭାଗ ନେବା ପାଇଁ ବିଧାନସଭାରେ ପହଞ୍ଚିଛନ୍ତି।

୮୦ ଟି ବିଧାନସଭା ଆସନ ଥିବା ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ୪୧ ବିଧାୟକଙ୍କ ଆବଶ୍ୟକତା ରହିଛି । ମହାମେଣ୍ଟ ସରକାରରେ ଜେଏମଏମର ୨୯, କଂଗ୍ରେସର ୧୭ ଏବଂ ଆରଜେଡି ଓ ସିପିଆଇ (ଏମଏଲ)ର ଜଣେ ଲେଖାଏଁ ବିଧାୟକ ଅଛନ୍ତି। ଅର୍ଥାତ୍ ଏହି ମେଣ୍ଟରେ ମୋଟ ୪୮ ଜଣ ବିଧାୟକ ଅଛନ୍ତି।

ବିରୋଧୀ ମେଣ୍ଟର ୩୦ ଜଣ ବିଧାୟକ ଅଛନ୍ତି, ଯେଉଁଥିରେ ବିଜେପିର ୨୬ ଜଣ, ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିୟନର ୩ ଜଣ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ଅଜିତ ପାୱାର ଗୋଷ୍ଠୀର ଜଣେ ବିଧାୟକ ଅଛନ୍ତି। ଜମି ଦୁର୍ନୀତି ଅଭିଯୋଗରେ ଇଡି ହେପାଜତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇସ୍ତଫା ଦେବା ପରେ ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପଇ ସୋରେନ୍।

Get real time updates directly on you device, subscribe now.