fbpx

ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି। ଏଥିଯୋଗୁଁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ୧୬ଜିଲ୍ଲାର ଏକାଧିକ ସ୍ଥାନରେ ଘଡ଼ଘଡି ସହ ସ୍ୱଳ୍ପରୁ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ ଏହାପରେ ତାପମାତ୍ରା ସାମାନ୍ୟ ବଢ଼ିବା ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଥିଲା। ଏଥିଯୋଗୁଁ ଗତ କିଛିଦିନ ଧରି ବୃଦ୍ଧି ପାଇଥିବା ତାପମାତ୍ରାରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗତକାଲି ମାଲକାନଗିରିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିଲା।

Get real time updates directly on you device, subscribe now.