fbpx

କଟକଣା ଭିତରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ

ପୁରୀ ,୧୧ ।୪(ଓଡିଶା ଭାସ୍କର): ଆସନ୍ତା ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ପବିତ୍ର ତିଥି ଅବସରରେ ରଥ ନିର୍ମାଣର ଶୁଭାରମ୍ଭ ହୋଇଥାଏ । ଆଉ ଏହି ଶୁଭ ମୁହୂର୍ତ୍ତରେ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଣୁ ଚନ୍ଦନ ଯାତ୍ରା ପାଇଁ ପରମ୍ପରା ମୁତାବକ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । କଟକଣା ଭିତରେ ଚନ୍ଦନ ଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ । ବିଶେଷ କରି ପରମ୍ପରା ପାଳନ ଭିତରେ ଯେପରି ସଙ୍ଗରୋଧ କଟକଣା ରହିବ ସେଥିପାଇଁ ଧ୍ୟାନ ଦେଇଛି ପୂରୀ ମନ୍ଦିର ପ୍ରଶାସନ ।ପରମ୍ପରା ଅନୁସାରେ ପୂର୍ବବର୍ଷ ଚନ୍ଦନଚାପର ବାହାର ଚନ୍ଦନ ସରିବା ପରେ ନନ୍ଦା, ଭଦ୍ରା ଚାପ ସହ ବୈଜୟନ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ାଇ ଦିଆଯାଇଥାଏ। ବର୍ଷସାରା ବୁଡ଼ି ରହିଥିବା ପାଞ୍ଚଟି ଚାପ ଡଙ୍ଗାକୁ ଚୈତ୍ର ମାସ ପୂର୍ଣ୍ଣିମା ତିଥିରେ ବାହାରକୁ ବାହାର କରାଯାଇଛି । ପରମ୍ପରା ଅନୁସାରେ ବାହାର ଚନ୍ଦନ ସରିଯିବା ପରେ ଚାପଡଙ୍ଗାଗୁଡିକୁ ନରେନ୍ଦ୍ର ପାଣିରେ ବୁଡାଇ ରଖାଯାଏ । ପୁଣି ଚନ୍ଦନ ଯାତ୍ରା ଆସିଲେ ଏହି ପବିତ୍ର ତିଥିରେ ଉପରକୁ ଉଠାଇବାର ପରମ୍ପରା ରହିଛି ।

Get real time updates directly on you device, subscribe now.