fbpx

କରୋନା ଭାଇରସ୍: ଦେଶରେ ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି

ନୂଆଦିଲ୍ଲୀ,୧୧/ ୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି ପାଇଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୭ହଜାର ଟପିଛି । ୭୪୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୪୨ଜଣ ସୁସ୍ଥ ହୋଇଛନ୍ତି । ବତ୍ତର୍ମାନ ୬୫୬ ୫କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସେହିପରି ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨ହଜାର ୬୯୩ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୯୭ହଜାର ୮୦୨ ଅଛନ୍ତି । ସୁସ୍ଥ ହୋଇ ୩ଲକ୍ଷ ୭୬ହଜାର ୧୮୪ଜଣ ଘରକୁ ଫେରିଛନ୍ତି ।ବିଶ୍ବର ୨୧୦ଟି ଦେଶ ଓ ୨ଟି ଜଳ ଜାହାଜରେ ବ୍ୟାପିଛି କରୋନା।

Get real time updates directly on you device, subscribe now.