fbpx

ଶ୍ରୀମନ୍ଦିର ଭିତରେ ୨ଟି ଜଳକୁଣ୍ଡରେ ହେବ ଚନ୍ଦନଯାତ୍ରା

ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଚ ମହାଦେବ କମିଟି ସହ ଚାଲିଥିବା ବୈଠକ ବର୍ତ୍ତମାନ ଶେଷ ହୋଇଛି । ଆସନ୍ତାକାଲି ସୂଚାରୁ ରୂପେ ନୀତିକାନ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ ଯାହା ହେଉଥିଲା ତାହା ଶ୍ରୀମନ୍ଦିର ଭିତରେ ହେବ । ମହାପ୍ରଭୁଙ୍କ ନୌକାବିହାର ପାଇଁ ୨ଟି ପିତ୍ତଳ ଜଳକୁଣ୍ଡ ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ଭିତରେ ୨୧ଦିନ ଧରି ଯାହା ନୀତିକାନ୍ତି ଯେମିତିକି ଜଳକ୍ରୀଡ଼ା ଓ ମାଣ୍ଡୁଓ ଭୋଗ କରାଯିବ । ବୈଠକ ପରେ ପଞ୍ଚ ମହାଦେବ କମିଟି ମୁଖ୍ୟ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି । କରୋନା ସତର୍କତା ଦୃଷ୍ଟିରୁ ଏହିପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.