fbpx

ରହସ୍ୟରେ ରହିଛି କିମ ଜୋଙ୍ଗଙ୍କ ରୋଗ, ଚୀନରୁ ଉତ୍ତର କୋରିଆ ପଠାଗଲା ଡାକ୍ତରୀ ଟିମ୍

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗଙ୍କ ରୋଗ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଚୀନରୁ ଉତ୍ତର କୋରିଆକୁ ଏକ ଡାକ୍ତରୀ ଟିମ୍ ପଠାଯିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କିମ ଜୋଙ୍ଗଙ୍କ ସ୍ୱାସ୍ଥ୍ୟ କେତେ ଯେ ଖରାପ ହୋଇଛି, ତାହାର ସୂଚନା କୌଣସି ସରକାରୀ ଅଧିକାରୀଙ୍କ ନିକଟରେ ନାହିଁ । ପୂର୍ବରୁ ଏପରି ଖବର ଆସିଥିଲା କି, ହୃଦରୋଗର ଅସ୍ତ୍ରୋପଚାର ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଏନେଇ ଚୀନରୁ ଏକ ଡାକ୍ତରୀ ଟିମକୁ ସାଉଥ୍ କୋରିଆ ପଠାଯାଇଛି । କିମ ଜୋଙ୍ଗ ଉନଙ୍କୁ ପରାମର୍ଶ ଦେବା ପାଇଁ ଏହି ଟିମ୍ ସେଠାକୁ ଯାଇଥିବା ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ କୁହାଯାଇଛି । କମ୍ୟୁନିଷ୍ଟ ପାର୍ଟିର ଇଣ୍ଟରନେସନାଲ ଲାୟଜନ୍ ଡିପାର୍ଟମେଣ୍ଟର ଜଣେ ସିନିୟର ସଦସ୍ୟଙ୍କ ନେତୃତ୍ୱରେ ଏହି ଡାକ୍ତରୀ ଦଳ ପେଇଚିଙ୍ଗରୁ କୋରିଆକୁ ପଠାଯାଇଛି ।

ଅନ୍ୟପଟେ ଉତ୍ତର କୋରିଆର ସୂତ୍ରରେ କୁହାଯାଇଥିଲା ଯେ, କିମ ଜୋଙ୍ଗ ବଞ୍ଚିଛନ୍ତି ଓ ଖୁବଶୀଘ୍ର ସେ ଲୋକଙ୍କ ସାମ୍ନାକୁ ଆସିବେ । ଏହାର ଅର୍ଥ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ଅଛି ଓ ସେ ଲୋକଙ୍କ ସାମନାକୁ ଅବସ୍ଥାରେ ନାହାନ୍ତି ।

Get real time updates directly on you device, subscribe now.