fbpx

ଚଳିତ ମାସରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ, ସବୁ କ୍ଷେତ୍ରରେ ମିଳିବ ସଫଳତା

ଭୁବନେଶ୍ବର: ଚଳିତ ମାସରେ ଲାଗିବ ଚନ୍ଦ୍ରଗ୍ରହଣ । ପୂର୍ଣ୍ଣମାରେ ଅର୍ଥାତ ସେପ୍ଟେମ୍ବର 18 ତାରିଖରେ ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ ପଡିବ । ତେବେ ଜ୍ୟୋର୍ତିବିଦଙ୍କ କହିବା ଅନୁସାରେ, ଏହା କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରୁଥିବା ବେଳେ ଅନ୍ୟ କେତେକ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବ । ତେବେ ଯେଉଁ ରାଶିମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ, ସେମାନଙ୍କର ଭାଗ୍ୟ ସାଥ ଦେବା ସହିତ କ୍ୟାରିୟରରେ ସଫଳତା ଏବଂ ପ୍ରମୋସନ ମିଳିବାର ସମ୍ଭାବନା ରହିଛି । ଭାରତୀୟ ସମୟ ଅନୁସାରେ, ଗ୍ରହଣ ସକାଳ 6ଟା 11 ମିନିଟରେ ଆରମ୍ଭ କରି 10ଟା 17 ମିନିଟରେ ସମାପ୍ତ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଗ୍ରହଣ ପ୍ରାୟ 4 ଘଣ୍ଟା ରହିବ ।

ଯଦି ଦେଖିବା ମିଥୁନ ରାଶିର ଦଶମ ଘରେ ଏହି ଗ୍ରହଣ ଲାଗିବାକୁ ଯାଉଛି । ଏହା ଦ୍ବାରା ଉକ୍ତ ରାଶିର ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ୟାରିୟରରେ ଆଗକୁ ବଢି ସଫଳତା ପାଇବେ । ଯେଉଁ କାମ ଦୀର୍ଘ ଦିନ ଧରି ହୋଇପାରୁ ନାହିଁ, ସେହି କାମ ଶୀଘ୍ର ସମାପ୍ତ ହେବ । ସେହିପରି ବିଛା ରାଶିର 5 ଘରେ ଏହି ଗ୍ରହଣ ଲାଗିବ । ତେବେ ଏହାର ଶୁଭଫଳ ପାଇବେ ବିଛା ରାଶିର ବ୍ୟକ୍ତିବିଶେଷ । ବିଦେଶ ଯାତ୍ରାରେ ଯାଇପାରନ୍ତି । କ୍ୟାରିୟରରେ ସଫଳତା ପାଇବେ, ପରିବାରରୁ ଶୁଭଫଳ ମିଳିବ । ସେହିପରି ଧନୁ ଏବଂ ବୃଷଭ ରାଶିର ବ୍ୟକ୍ତିମାନେ ମଧ୍ୟ ଉପକୃତ ହେବେ ।

Get real time updates directly on you device, subscribe now.