fbpx
BSKY
BJD SHG SKY
BJD MC SKY

ରାଜ୍ୟ ଗ୍ରନ୍ଥାଗାରକୁ ଏକ ହଜାର ବିରଳ ଓ ପ୍ରାଚୀନ ଓଡ଼ିଆ ପୁସ୍ତକ ପ୍ରଦାନ କଲେ ଚନ୍ଦ୍ରଭାନୁ ଶତପଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପାଠକ ପାଠିକାଙ୍କ ପାଇଁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏକ ମହତ କାର୍ଯ୍ୟ କରିଛନ୍ତି । ଶ୍ରୀ ଶତପଥୀ ଏକ ହଜାର ବିରଳ ଓ ଦୁର୍ଲ୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକକୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି । ସେହି ପୁସ୍ତକଗୁଡ଼ିକ ମଧ୍ୟରେ ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଓ ପ୍ରାଚୀନ ଓଡ଼ିଆ ପତ୍ରପତ୍ରିକା ଆଦି ରହିଛି ।

ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଶତପଥୀ ପାଠକ ପାଠିକାଙ୍କ ଉଦ୍ଦେଶ୍ୟରେ ଏହି ପୁସ୍ତକଗୁଡ଼ିକୁ ଉତ୍ସର୍ଗ କରିଛନ୍ତି । ପୁସ୍ତକଗୁଡ଼ିକ ମଧ୍ୟରେ ଅନେକ ଶହେ ବର୍ଷର ପୁରୁଣା ହୋଇଥିବା ବେଳେ ଆଉ କିଛି ୫୦ ବର୍ଷ ତଳର । ପୁସ୍ତକଗୁଡ଼ିକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ଅନେକ ଦରକାରୀ ତଥ୍ୟ ରହିଛି ।

ନିଜସ୍ୱ ଉଦ୍ୟମରେ ନୋଏଡ଼ାଠାରେ ଏକ ପ୍ରତିଷ୍ଠିତ ଲାଇବ୍ରେରୀରେ ଚନ୍ଦ୍ରଭାନୁ ଏହି ପୁସ୍ତକଗୁଡ଼ିକୁ ସାଇତି ରଖିଥିଲେ । ଜାତୀୟ ସ୍ତରର ଅନେକ ସଂସ୍ଥା ଉକ୍ତ ପୁସ୍ତଗୁଡ଼ିକୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ହେଁ ସେ ତାହାକୁ ଓଡ଼ିଶା ମାଟିକୁ ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ପୁସ୍ତକଗୁଡ଼ିକରେ ପ୍ରାଚୀନ ଓଡ଼ିଶାର ସାହିତ୍ୟ, ଇତିହାସ, ସାମାଜିକ, ଅର୍ଥନୈତିକ ବ୍ୟବସ୍ଥା ସମ୍ପର୍କରେ ଅନେକ ତଥ୍ୟ ରହିଛି । ଏହି ପୁସ୍ତକଗୁଡ଼ିକୁ ଗବେଷଣା କାର୍ଯ୍ୟରେ ପରବର୍ତ୍ତୀ ପୀଢ଼ି ଲଗାଇ ପାରିବେ ବୋଲି ଚନ୍ଦ୍ରଭାନୁ କହିଥିଲେ ।

ପିଲାଦିନ ଚନ୍ଦ୍ରଭାନୁଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଗଭୀର ଦୁର୍ବଳତା ରହିଥିଲା । ଏହି ପୁସ୍ତକଗୁଡ଼ିକ ମଧ୍ୟରୁ ଅନେକ ପୁସ୍ତକକୁ ତାଙ୍କର ପିତା ସ୍ୱର୍ଗତ ଗୋକୁଳ ଚନ୍ଦ୍ର ଶତପଥୀ ସଂଗ୍ରହ କରିଥିଲେ । ତେବେ ଦିଲ୍ଲୀରୁ ରାଜ୍ୟ ଗ୍ରନ୍ଥାଗାରକୁ ପୁସ୍ତକ ଆଣିବାରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଶ୍ରୀ ଶତପଥୀ ସମ୍ବର୍ଦ୍ଧିତ କରିଥିଲେ । ତେବେ ପୁସ୍ତକ ହେଉଛି ଜାତୀୟ ସମ୍ପଦ । ୧୯୫୯ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାରକୁ ୧୯୮୭ରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ କରାଯାଇଥିଲା । ସେଠାରେ ପାଖାପାଖି ଅଢ଼େଇ ଲକ୍ଷ ପୁସ୍ତକର ଡିଜିଟାଇଜେସନ ପ୍ରକ୍ରିୟା ସମାପ୍ତ ହୋଇଥିଛି । ‘୫-ଟିକ୍ଷ ଉପକ୍ରମ ଅଧିନରେ ପାଖାପାଖି ୨୦ କୋଟି ବ୍ୟୟରେ ନବୀକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ପାଠକ ପାଠିକାଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଉଛି । ଏହି ଅବସରରେ ଗୁରୁଜୀଙ୍କ ଅବଦାନକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଭୂୟସୀ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.