fbpx

କେଉଁ ଭିଟାମିନ ଅଭାବରୁ ବାରମ୍ବାର ହୋଇଥାଏ ମୁଣ୍ଡବିନ୍ଧା ? ଜାଣନ୍ତୁ କଣ କହୁଛି ରିପୋର୍ଟ

ଅନେକ ଲୋକ ଅଧିକାଂଶ ସମୟ ମୁଣ୍ଡବିନ୍ଧାର ଅଭିଯୋଗ କରନ୍ତି । କିଛି ଲୋକଙ୍କର ସନ୍ଧ୍ୟାରେ ମୁଣ୍ଡବିନ୍ଧା ହେଉଥିବା ବେଳେ ଆଉ କିଛି ଜଣଙ୍କର ସକାଳୁ ଉଠିବା ମାତ୍ରେ ମୁଣ୍ଡବିନ୍ଧା ହୋଇଥାଏ ।ବେଳେବେଳେ ଏହି ମୁଣ୍ଡବିନ୍ଧା ଏତେ ବୃଦ୍ଧି ପାଏ ଯେ, ଏହା ଏକ ରୋଗର ରୂପ ନେଇଥାଏ ଯାହାକୁ ଆମେ ମାଇଗ୍ରେନ୍ ବୋଲି କହିଥାଉ ।

ତେବେ ମାଇଗ୍ରେନ୍‌ର କାରଣ ଅନେକ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିବା ବେଳେ ଭିଟାମିନ ଡି’ର ଅଭାବ ହେତୁ ଏହା ହୋଇପାରେ ବୋଲି ନିକଟରେ ଏକ ରିସର୍ଚ୍ଚରେ କୁହାଯାଇଛି । ଭିଟାମିନ୍ ଡି’ ମସ୍ତିଷ୍କର କାର୍ଯ୍ୟକଳାପ ଏବଂ ସ୍ନାୟୁ ତନ୍ତ୍ରକୁ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ମଧ୍ୟ ସମୟ ସମୟରେ ମୁଣ୍ଡବିନ୍ଧା ହୋଇଥାଏ ବୋଲି କୁହାଯାଇଛି । ଭିଟାମିନ ଡି’ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ । ଏହା କ୍ୟାଲସିୟମ ଅବଶୋଷଣ ପାଇଁ ଜରୁରୀ ଏବଂ ହାଡ଼ ଗଠନରେ ସାହାଯ୍ୟ କରେ ।

ମାଇଗ୍ରେନ ପାଇଁ ଏହି ଭିଟାମିନ ଦାୟୀ: ଭିଟାମିନ୍ ଡି’ର ଅଭାବ ମୁଣ୍ଡବିନ୍ଧା, ଶରୀରରେ ଫୁଲିଯାଏ ଏବଂ ଆପଣ ନ୍ୟୁରନ୍ ସହିତ ସମସ୍ୟା ଆରମ୍ଭ ହୋଇଥାଏ । କହିରଖୁଛୁ କି ନ୍ୟୁରନ ହେଉଛି ଏକ ସେଲ୍‌ ଯାହା କି ସ୍ନାୟୁ ତନ୍ତ୍ରରେ ରହିଥାଏ । ଭିଟାମିନ୍ ଡି’ ଅଭାବ ନାଇଟ୍ରିକ୍ ଅକ୍ସାଇଡ୍ ବୃଦ୍ଧି କରିଥାଏ । ଯେଉଁ କାରଣ ପାଇଁ ମୁଣ୍ଡବିନ୍ଧା ହୋଇଥାଏ । ଏହା ମ୍ୟାଗ୍ନେସିୟମର ସ୍ତରକୁ ହ୍ରାସ କରିଥାଏ ଏବଂ ମେଲାଟୋନିନ୍ ସ୍ତରକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ମୁଣ୍ଡବିନ୍ଧା ହୋଇଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଡାଏଟରେ ସାମିଲ କରନ୍ତୁ ଏହି ଖାଦ୍ୟ:

ପନିର
ଅଣ୍ଡା
ମେକରଲ ମାଛ
କ୍ଷୀର
ସୋୟା ମଞ୍ଜି ପରି କଠିନ ଶସ୍ୟ
କମଳା ରସ
ଛତୁ

ତେବେ ସମୟ ସହିତ ତାଳ ଦେଇ ବୃଦ୍ଧି ପାଏ ରୋଗ । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଭାରତର ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣେ ଉଚ୍ଚ ରକ୍ତଚାପରେ ପୀଡିତ । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଡାଏଟରେ ସୁଧାର ଆଣିବା ଜରୁରୀ ଅଟେ । ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡି’ ଯୁକ୍ତ ଖାଦ୍ୟ ଖାଉନାହାନ୍ତି ତେବେ ଏହାର ସପ୍ଲିମେଣ୍ଟ ନେବା ଜରୁରୀ ଅଟେ । ସକାଳର ସୂର୍ଯ୍ୟକିରଣ ସହିତ ସ୍ୱାସ୍ଥ୍ୟକର ଡାଏଟ୍‌ ଫଲୋ କରିବା ଜରୁରୀ ଅଟେ ।

କହିରଖୁଛୁ କି, ମୌସୁମୀରେ ମାଇଗ୍ରେନ୍‌ ସମସ୍ୟା ଦେଖା ଯିବାର ଏକ ମୁଖ୍ୟ କାରଣ ହେଉଛି ପାଣିପାଗର ପରିବର୍ତ୍ତନ। ବାୟୁରେ ଆର୍ଦ୍ରତା ବଢ଼ିବା ଦ୍ବାରା ଫଙ୍ଗସ୍ ବୃଦ୍ଧି ହୋଇପାରେ ଯାହାକି ମାଇଗ୍ରେନ୍‌ର ଏକ ପ୍ରମୁଖ କାରକ । ଏହା ବ୍ୟତୀତ ଧୂଳିକଣା ଦ୍ବାରା ଆଲର୍ଜି ବୃଦ୍ଧି ପାଇଥାଏ । ଆଲର୍ଜି ମଧ୍ୟ ମାଇଗ୍ରେନର ଲକ୍ଷଣକୁ ବୃଦ୍ଧି କରିପାରେ ।

Get real time updates directly on you device, subscribe now.