fbpx

ଚନ୍ଦ୍ରଶେଖରପୁର ଡାକ୍ତର ଦମ୍ପତି ହତ୍ୟା ମାମଲା; ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ଵର: ( ଓଡ଼ିଶା ଭାସ୍କର ) ଭୁବନେଶ୍ଵର ବହୁଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ଆସିଲା ରାୟ। ୫ ଦୋଷୀ ସାବ୍ଯସ୍ତ ହୋଇଥିବା ଆସାମୀ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରା, ଏମଡି କାମାଲ ଖାନ, ନିନି ଓରଫ ଫୁଲସାରୀ ବେହେରା, ଯବନ ନାଏକ ଓ ସୁଭଦ୍ରା ବେହେରା ଓରଫ ଟିକିନାକୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ଯେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡ ମିଳିଛି। ଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଅତିରିକ୍ତ ଦୌରା ଜଜ୍ ଶ୍ରୀମତୀ ବନ୍ଦନା କର। ଲୁଟ୍ ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥିବା ୫ ଜଣ ଲୁଟେରା ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଜୀବନ ନାୟକ, ପତ୍ନୀ ଟିକିନା ବେହେରା, ମହମ୍ମଦ କମଲ ଖାଁ, କିଶୋର ବେହେରା ଓ ପତ୍ନୀ ଫୁଲସାରି ବେହେରାଙ୍କୁ ଗିରଫ କରିଥିଲା ପୋଲିସ। ସୁନା ଟଙ୍କା ଲୁଟ୍ ବେଳେ ବିରୋଧ କରିବାରୁ ବୃଦ୍ଧ ଦମ୍ପତିଙ୍କୁ ମାରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ। ସାକ୍ଷୀଙ୍କ ବୟାନ, ଚାର୍ଜସିଟ ଆଧାରରେ ସରିଛି ଶୁଣାଣି।

ଅଭିଯୋଗକାରୀଙ୍କ ଏତାଲା ଆଧାରରେ ଚନ୍ଦ୍ରଶେଖରପୁର ଥାନା କେସ ନଂ-୪୬୧/୨୦୧୫, ଦଫା- ୩୯୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ଇନ୍ସପେକ୍ଟର ଶ୍ରୀ ଦେବୀ ଶଙ୍କର ପ୍ରତାପ ଏହାର ତଦନ୍ତ ଭାର ନେଇଥିଲେ। ଅଭିଯୁକ୍ତ ଟିମ୍ପା ଓରଫ କିଶୋର ଚନ୍ଦ୍ର ବେହେରାଙ୍କୁ ତାମିଲନାଡୁରୁ, ସୁଭଦ୍ରା ବେହେରା ଓରଫ ଟିକିନା କୁ ଆନ୍ଦ୍ରପ୍ରଦେଶ ଏଲୁରୁ ରୁ ଓ ଆସାମୀ ଏମଡି କାମାଲ ଖାନ, ନିନି ଓରଫ ଫୁଲଶାରୀ ବେହେରା, ଜବନ ନାଏକଙ୍କୁ ଗିରଫ କରାଯାଇଥିଲା । ଆସାମୀ ମାନଙ୍କୁ ଠାରୁ ଚୋରୀ ଜିନିଷ ଜବତ କରିବା ସହ ହତ୍ୟାରେ ବ୍ଯବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା। ଘଟଣାସ୍ଥଳରୁ ମିଳିଥିବା ଫିଙ୍ଗର ପ୍ରିଣ୍ଟ ଓ ଫୁଟ ପ୍ରିଣ୍ଟ ଆସାମୀ ମାନଙ୍କ ସହିତ ମେଳ ଖାଇଥିଲା। ତଦନ୍ତ କାରୀ ଅଫିସର ସଠିକ ତଦନ୍ତ କରିବା ସହ ଅଦାଲତରେ ସଠିକ ସମୟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ, ଆସାମୀ ମାନେ ପୂର୍ବ ଯୋଜନା ମୁତବକ ବୟସ୍କ ଦମ୍ପତିଙ୍କୁ ଅସହାୟ ଭାବି ତାଙ୍କ ଘରେ ଲୁଟ କରିବା ସହ ସେମାନଙ୍କୁ ହତ୍ୟା କରିଥିଲେ। ଏହି ସମସ୍ତ ଘଟଣା ଙ୍କୁ ବିଚାର କରି ମାନ୍ୟବର ଅଦାଲତ ୫ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟକ ଅସାମୀଙ୍କୁ ୨୦,୦୦୦/- ଟଙ୍କା ଲେଖାଏଁ ଜୋରିମାନା ଏବଂ ଜୋରିମାନା ଅନାଦେୟ କ୍ଷେତ୍ରରେ ଅତ୍ୟଧିକ ୬ ମାସର ଦଣ୍ଡାଦେଶ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.