fbpx

ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଶିକ୍ଷା ମନ୍ତ୍ରଣାଳୟ ସହିତ ରାଜ୍ୟ ସରକାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ । ଗଣଶିକ୍ଷା ବିଭାଗ ପକ୍ଷରୁ ବୁଝାମଣା ସ୍ୱାକ୍ଷରିତ ହେବା ପରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସ୍କୁଲ ମାନଙ୍କରେ ପିଏମ୍‍ଶ୍ରୀ ସ୍କୁଲ ଯୋଜନା ଲାଗୁ କରାଯିବ ।

ତେବେ ବିଶ୍ୱର ଆବଶ୍ୟକତାକୁ ଧ୍ୟାନରେ ରଖି ଗ୍ରୀନ ସ୍କୁଲ କଳ୍ପନାରେ ପିଏମ ଶ୍ରୀ ସ୍କୁଲକୁ ନିର୍ମାଣ କରାଯିବ। ସ୍କୁଲରେ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଟେକ୍ନୋଲୋଜି ଆଧାରିତ ହେବ। ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ। କେନ୍ଦ୍ର ସରକାର ଭର୍ଚ୍ଚୁଆଲ ଲ୍ୟାବର କଳ୍ପନା କରିଥିବା ବେଳେ ୩ଡି ଲ୍ୟାବର ମଧ୍ୟ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷା, ଉଦ୍ୟମିତା ଶିକ୍ଷା ସ୍କୁଲ ପାଠ୍ୟକ୍ରମର ଅଂଶବିଶେଷ ହେବ। କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯିବ।

ପୃଷ୍ଟିକର ବଗିଚା, ବର୍ଜ୍ୟ ପରିଚାଳନା, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ଜଳ ସଂରକ୍ଷଣ, ପାରମ୍ପରିକ ପଦ୍ଧତିରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ହାକାଥନ ଏବଂ ଏକ ସୁସ୍ଥକର ଜୀବନଶୈଳି ଆପଣାଇବା ପାଇଁ ସଚେତନ କରାଯିବ। ଭାଷା ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ। ଏଭଳି ଏକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ, ଯେଭଳି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ବିଭିନ୍ନ ପ୍ରତିଯୋଗିତା ପାଇଁ ନିଜକୁ ପ୍ରସ୍ତୁତ ହୋଇପାରୁଥିବେ । ଏହି ସ୍କୁଲ ଦ୍ୱାରା ବିଦ୍ୟାର୍ଥୀମାନେ ଲାଭବାନ ହେବେ।

Get real time updates directly on you device, subscribe now.