fbpx

ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ମଇ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ଦେଶରେ ୨ ଲକ୍ଷ ୫୦ ହଜାର ୨୮୪ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଛାତ୍ରଛାତ୍ରୀ ୱେବ୍‍ସାଇଟ୍‍ www.jeeadv.ac.in କୁ ଲଗ୍‍ଇନ୍‍ କରି ପଞ୍ଜୀକରଣ କରିପାରିବେ । ଆସନ୍ତା ମଇମାସ ୭ ତାରିଖ ପଞ୍ଜୀକରଣ କରିବାର ଶେଷଦିନ ରହିଛି । ଜେଇଇ ଆଡଭାନ୍ସଡ ର ପରୀକ୍ଷା ଫଳ ଜୁନ୍‍ ୯ ତାରିଖରେ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ଦେଶର ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ବି.ଟେକ୍‍, ବି.ଆର୍କ, ବି.ଫାର୍ମା ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏନ୍‍ଟିଏ ଦ୍ୱାରା ପରିଚାଳିତ ଜେଇଇ ମୁଖ୍ୟର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି ।

ତେବେ ଯେଉଁ ଛାତ୍ରଛାତ୍ରୀଙ୍କର ରାଙ୍କ ଜେଇଇ ମେନ ୨୦୨୪ରେ ଟପ ୨,୫୦,୦୦ରେ ଆସିଥିବ କେବଳ ସେମାନେ ହିଁ ଆଇଆଇଟି ଜେଇଇ ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ଜେଇଇ ଆଡଭାନ୍ସର ସ୍କୋର ଆଧାରରେ ଦେଶରେ ଆଇଆଇଟି ଶିକ୍ଷାନୁଷ୍ଠାନମାନଙ୍କରେ ଆଡମିଶନ ମିଳିଥାଏ । ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଫର୍ମରେ ନିଜର ପର୍ସନାଲ ଓ ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଭରିବାକୁ ପଡ଼ିଥାଏ । ୧୦ମ, ଦ୍ୱାଦଶ ପରୀକ୍ଷାର ମାର୍କ, ବର୍ଗ ପ୍ରମାଣପତ୍ର, ପିଡବ୍ଲ୍ୟୁଡି ପ୍ରମାଣପତ୍ର ଆଦିରେ ସାଇନ କରି ସ୍କାନିଂ ଡକ୍ୟୁମେଣ୍ଟକୁ ଅପଲୋଡ୍ କରିବାକୁ ପଡ଼ିବ ।

Get real time updates directly on you device, subscribe now.