fbpx
BJD SKY
BJD SKY

ଚନ୍ଦ୍ର ପୃଷ୍ଠରେ ଏବେ ବିଭିନ୍ନ ମିଶନର ଭିଡ , ଦୁର୍ଘଟଣାର ସମ୍ଭାବନାକୁ ନେଇ ଚିନ୍ତାରେ ଇସ୍ରୋ

BJD

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଆଜି ଅର୍ଥାତ୍ ଅଗଷ୍ଟ ୧୬ରେ ୪ର୍ଥ ଥର ଚନ୍ଦ୍ରଯାନ ୩ର କକ୍ଷ ପଥ ବଦଳାଇଛି । ଫଳରେ ଆଗାମୀ ସପ୍ତାହ ଇସ୍ରୋ ଲାଗି ବହୁତ ସ୍ୱତନ୍ତ୍ର ରହିବ । କାରଣ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । କିନ୍ତୁ ଚନ୍ଦ୍ରକୁ କେବଳ ଭାରତର ଏହି ଯାତ୍ରା ଜାରି ରହିନାହିଁ ବରଂ ଆଉ ବି ବହୁ ଦେଶ ଯାତ୍ରା ପଥରେ ଅଛନ୍ତି । ତେଣୁ ଚନ୍ଦ୍ରଯାନ ସହ ସେମାନଙ୍କ ଟକ୍କର ହେବ ବୋଲି କୁହାଯାଉଛି ।

ପ୍ରକୃତରେ ଚନ୍ଦ୍ରମାରେ ଟ୍ରାଫିକ ଜାମ୍ ପରି ସ୍ଥିତି ସୃଷ୍ଟି ହୋଇଛି । ଯେପରି ଭାରତ ଚନ୍ଦ୍ରକୁ ନିଜର ମିଶନ ପଠାଇଛି ସେହିପରି ଆହୁରି ବହୁ ଦେଶ ମଧ୍ୟ ଚନ୍ଦ୍ରକୁ ସେମାନଙ୍କ ମିଶନ ପଠାଇଛନ୍ତି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଚନ୍ଦ୍ରମାର କକ୍ଷପଥରେ ଏବେ ୬ ଗୋଟି ଆକ୍ଟିଭ ମିଶନ ଲାଇନରେ ଅଛନ୍ତି । ଚନ୍ଦ୍ରଯାନ ବ୍ୟତିତ ଏହାର କକ୍ଷ ପଥରେ ନାସାର ଲୁନାର ରିକନିସାନ୍ସ ଅର୍ବିଟର, ନାସାର ଆର୍ଟେମିସ ଜରିଆରେ ଅନ୍ୟ ଦୁଇଟି ମିଶନ, କୋରିଆ ପାଥଫାଇଣ୍ଡର ଲୁନାର ଅର୍ବିଟର ଓ ନାସାର କେଷ୍ଟୋନ ମହଜୁଦ ରହିଛି ।

ସେହିପରି ରୁଷର ଲୁନା ୨୫ ମିଶନ ମଧ୍ୟ ଲଞ୍ଚ ହୋଇଯାଇଛି । ଏହା ୧୬ ଅଗଷ୍ଟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିପାରେ । ଏହା ଜରିଆରେ ଚନ୍ଦ୍ରର ଦକ୍ଷିଣ ମେରୁ ବିଷୟରେ ତଥ୍ୟ ହାସଲ କରାଯିବ । ଏହା ଚନ୍ଦ୍ରଯାନର କିଛି ସମୟରେ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବାର ଅଛି । ଏହି କାରଣରୁ ଚନ୍ଦ୍ର ପୃଷ୍ଠରେ ଏବେ ବିଭିନ୍ନ ମିଶନର ଭିଡ ଜମିଯାଇଛି । ତେଣୁ ଏହି ସମସ୍ତ ଯାନ ପରସ୍ପର ସହ ଧକ୍କା ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଇସ୍ରୋ ଚନ୍ଦ୍ରମାର ୪ ପଟେ ଥିବା ଟ୍ରାଫିକର ବିସ୍ତୃତ ବିଶ୍ଳେଷଣ କରିଛି । ତେବେ ଚନ୍ଦ୍ରମାରେ ସୃଷ୍ଟି ହେବାକୁ ଯାଉଥିବା ଟ୍ରାଫିକ ଜାମକୁ ଦୂର କରିବା ଇସ୍ରୋ ଲାଗି କାଠିକର ପାଠ ହେବ । କାରଣ ଚନ୍ଦ୍ରଯାନ ୨ ଅର୍ବିଟର ଯାହା ୩୧ ଜୁଲାଇ ୨୦୧୯ ରେ ଚନ୍ଦ୍ରମାର କକ୍ଷ ପଥରେ ପ୍ରବେଶ କରିଥିଲା ତାହା ତିନି ଥର ଅନ୍ୟଯାନ ସହ ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲା ।

Get real time updates directly on you device, subscribe now.