fbpx

(Video) Sex Change କରିବେ ପୋଲିସ ଅଫିସର: ମହିଳା କନେଷ୍ଟବଳଙ୍କ ନିଷ୍ପତ୍ତିକୁ ‘ସୁପ୍ରିମ’ ସମର୍ଥନ

ନୂଆଦିଲ୍ଲୀ: ଲିଙ୍ଗ ବଦଳାଇବେ ପୋଲିସ । ମହିଳା କନଷ୍ଟେବଳରୁ ହେବେ ପୁରୁଷ କନଷ୍ଟେବଳ । ନିଜ ଇଚ୍ଛାରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଜଣେ ମହିଳା ପୋଲିସ ଅଫିସର । ଆଉ ମଧ୍ୟପ୍ରଦେଶ ସରକାର ରତଲମ ଜିଲ୍ଲାରେ ନିଯୁକ୍ତି ପ୍ରାପ୍ତ ମହିଳା କନଷ୍ଟେବଳଙ୍କୁ ତାଙ୍କ ଇଚ୍ଛା ଅନୁସାରେ ପରୁଷ ହେବାକୁ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି । ତେବେ ଏହି ନିଆରା ନିଷ୍ପତ୍ତିକୁ ନେଇ ଗୃହ ବିଭାଗ ପକ୍ଷରୁ ସୋମବାର ଦିନ ଏକ ଆଦେଶ ଜାରି ହୋଇଛି । ଏହି ଆଦେଶରେ ମହିଳା ପୁଲିସ୍ କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ଦିଆଯାଇଛି । ତେବେ ମହିଳା ପୋଲିସ କର୍ମଚାରୀଙ୍କ ଏପରି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଗୃହ ବିଭାଗର ଆଦେଶ ଅନୁସାରେ, ରତଲମ୍ ଜିଲ୍ଳାର କାର୍ଯ୍ୟରତ ମହିଳା ପୋଲିସ୍ କନଷ୍ଟେବଳ ଦୀପିକା କୋଠରୀଙ୍କୁ ନିଜର ଜେଣ୍ଡର୍ ଆଇଡେଣ୍ଟିଟି ଡିଜଅର୍ଡର ପାଇଁ ପୁରୁଷ ହେବାକୁ ଅନୁମତି ମିଳିଛି । ଏ ସଂପର୍କରେ ମନୋଚିକିତ୍ସକ ଡକ୍ଟର ରାଜୀବ ଶର୍ମା ସୂଚନା ଦେଇଛନ୍ତି । ସେ ତାଙ୍କ ରିପୋର୍ଟରେ ମଧ୍ୟ ମହିଳା କନଷ୍ଟେବଳଙ୍କ ଇଚ୍ଛାକୁ ଦର୍ଶାଇଛନ୍ତି । ପୂର୍ବରୁ ଦୀପିକା ୨୦୨୧-୨୨ ମସିହାରେ ନିଜର ଲିଙ୍ଗ୍ ପରିବର୍ତ୍ତନ ପାଇଁ ଆବେଦନ କରିଥିବା ବେଳେ ରାଜ୍ୟ ସରକାରଙ୍କୁ ଏକ ଶପଥ ପତ୍ର ଦେଇ ଲିଙ୍ଗ ପରିବର୍ତ୍ତନ କରିବାକୁ ଗୁହାରି କରିଥିଲେ । ଦୀପିକାଙ୍କ ଆବେଦନର ଆଧାରକୁ ଭିତ୍ତି କରି ପୁଲିସ୍ ମୁଖ୍ୟାଳୟ ଆଇନ୍ ବିଭାଗର ପରାମର୍ଶ ନେଇଥିଲେ । ତାପରେ ତାଙ୍କୁ ପୁରୁଷ ବନିବାକୁ ଅନୁମତି ପ୍ରଦାନ କରାଯାଇଥିବା କୁହାଯାଇଛି ।

ତେବେ ଗୁରୁତ୍ତ୍ୱପୁର୍ଣ୍ଣ କଥା ହେଉଛି ଯେ ଦୀପିକା ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବା ପରେ ତାଙ୍କୁ ଜଣେ ମହିଳା କର୍ମଚାରୀ ଭାବେ ମିଳୁଥିବା ସେ ସମସ୍ତ ସୁବିଧା ଆଉ ମିଳିବ ନାହିଁ । ଅନ୍ୟପଟେ ଏହାପୂର୍ବରୁ ୨୦୨୧ ମସିହାରେ ମଧ୍ୟପ୍ରଦେଶ ସରକାର ଅନ୍ୟ ଜଣେ ମହିଳା କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେବାକୁ ଅନୁମତି ଦେଇଥିବା ବେଳେ ସେହିଭଳି ଦୀପିକା ମଧ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିସାରିଛି ।

Get real time updates directly on you device, subscribe now.