fbpx

ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କଲା ପୋଲିସ ମୁଖ୍ୟାଳୟ

ଭୁବନେଶ୍ୱର, ୨୪/୮(ଓଡ଼ିଶା ଭାସ୍କର): ରାଜ୍ୟର ୨୫ ଡିଏସ୍‌ପିଙ୍କୁ ବଦଳି କରିଛି ପୋଲିସ ମୁଖ୍ୟାଳୟ । ଭୁବନେଶ୍ବର କ୍ରାଇମ୍‌ ବ୍ରାଞ୍ଚ STFର DSP ଭାବେ ମନୋଜ ରାଉତଙ୍କ ବଦଳି ହୋଇଛି। ସେହିପରି  ଖୋର୍ଦ୍ଧାରୁ ବାଲେଶ୍ବରକୁ ବଦଳି ହୋଇଛନ୍ତି ଅନୁପ କାନୁନ୍‌ଗୋ । ଭଦ୍ରକର ଧାମନଗର ଏସ୍‌ଡିପିଓ ହୋଇଛନ୍ତି ଅଶୋକ ଦାସ ।

ଏହାସହ ବିଧାନସଭାର ସୁରକ୍ଷା ଅଧିକାରୀ  ଗୋପାଳ କୃଷ୍ଣ ବେହେରା,  ରାଉରକେଲାର ପାନପୋଷ SDPO  ଶାନ୍ତା ନୂତନ ସମାଦ, ବରଗଡ଼ SDPO  ଦୀପକ କୁମାର ଗୋଚ୍ଛାୟତ ଓ ନବରଙ୍ଗପୁରର ପାପଡ଼ାହାଣ୍ଡି SDPO  ଆଦିତ୍ୟ ସେନ ହୋଇଥିବା ସୂଚନା ମିିଳିଛି।

Get real time updates directly on you device, subscribe now.