fbpx

ନୂଆ SIM କାର୍ଡ କିଣିବା ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର, ଜାଣନ୍ତୁ କେଉଁ ଗ୍ରାହକମାନଙ୍କୁ ମିଳିବନି ସିମ୍ ?

Advertisement

ନୂଆଦିଲ୍ଲୀ: ଗ୍ରହକଙ୍କ ସୁବିଧା ପାଇଁ ନୂଆ ସିମ୍ କାର୍ଡ ନେବାର ନିୟମରେ ପରିବର୍ତ୍ତନ କରିଛି ଟେଲିକମ୍ ବିଭାଗ । ଏହା ଅଧିନରେ ଏବେ ନୂଆ ସିମ୍ ନେବା ସହିତ ପ୍ରିପେଡକୁ ପୋଷ୍ଟପେଡରେ ବା ପୋଷ୍ଟପେଡକୁ ପ୍ରିପେଡରେ ପରିବର୍ତ୍ତନ କରିବାକୁ ଫିଜିକାଲ ଫର୍ମ ପୂରଣ କରିବାର ଆବଶ୍ୟକତାକୁ ଶେଷ କରାଯାଇଛି । ଏବେ ଗ୍ରାହକମାନେ ଡିଜିଟାଲ ଫର୍ମ ପୂରଣ କରି ଅତି ସହଜରେ ଏହା କରିପାରିବେ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି । ନିକଟରେ ଟେଲିକମ ବିଭାଗ ମଧ୍ୟ କେୟାଇସିର ନିୟମରେ ପରିବର୍ତ୍ତନ କରିଥିଲା ।

ଟେଲିକମ୍ ବିଭାଗର ନୂଆ ନିୟମ ଅନୁସାରେ, ଯଦି ଆପଣ ଏକ ନୂଆ ମୋବାଇଲ୍ ନମ୍ବର ବା ଟେଲିଫୋନ୍ ସଂଯୋଗ ପାଇବାକୁ ଚାହୁଁଛନ୍ତି, ତେବେ କେୟାଇସି ସଂପୂର୍ଣ୍ଣ ଡିଜିଟାଲ୍ ହେବ । ଅର୍ଥାତ୍ ଆପଣଙ୍କୁ ନୂଆ ସିମ୍ ପାଇଁ କୌଣସି ଡକ୍ୟୁମେଣ୍ଟ୍ ଜମା କରିବାକୁ ପଡିବ ନାହିଁ । ସେହିପରି ପ୍ରିପେଡ ନମ୍ବରକୁ ପୋଷ୍ଟପେଡରେ ବା ପୋଷ୍ଟପେଡକୁ ପ୍ରିପେଡ କରିବା ପାଇଁ ଏବେ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ । ଏଥିପାଇଁ ଡିଜିଟାଏ କେୟାଇସିକୁ ବୈଧ ଭାବେ ବିବେଚନା କରାଯିବ । ଏଥିପାଇଁ ଗ୍ରାହକ ଟେଲିକମ କମ୍ପାନୀ ଆପ୍ ସାହାଯ୍ୟରେ ସେଲ୍ଫ କେୟାଇସି କରିବେ । ଏଥିପାଇଁ କେବଳ ୧ ଟଙ୍କା ଦେବାକୁ ପଡିବ । ଗ୍ରାହକମାନେ ଏହି କାମକୁ ୱେସାଇଟ୍ ବା ଆପ୍ ଜରିଆରେ ପୂରଣ କରିପାରିବେ ।

୧. ସିମ୍ ପ୍ରୋଭାଇଡର ଆପ୍ ଡାଉନଲୋଡ୍ କରନ୍ତୁ । ତା’ପରେ ନିଜ ଫୋନରୁ ରେଜିଷ୍ଟର କରନ୍ତୁ ।

୨. ଆପଣଙ୍କର ଦ୍ୱିତୀୟ କିମ୍ବା ଆପଣଙ୍କ ପରିବାରର ଯେକୌଣସି ବ୍ୟକ୍ତିଙ୍କ ନମ୍ବର ଦିଅନ୍ତୁ ।

୩. ଏହା ପରେ ମିଳିଥିବା ଓଟିପି ସାହାଯ୍ୟରେ ଲଗଇନ୍ କରନ୍ତୁ ।

୪. ଏଥିରେ ସେଲ୍ଫ କେୟାଇସିର ଅପସନ୍ ବାଛନ୍ତୁ । ସମସ୍ତ ସୂଚନା ଭରିବା ପରେ ପ୍ରକ୍ରିୟା ସମାପ୍ତ କରନ୍ତୁ ।

ଯଦି ଆପଣ ୧୮ ବର୍ଷରୁ କମ୍, ତେବେ ସିମ୍ ପାଇବେ ନାହିଁ । ଏଥି ସହ ଯଦି କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଭଲ ନଥାଏ, ତେବେ ସିମ୍ କାର୍ଡ ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗିବ । ଯଦି ଏପରି ବ୍ୟକ୍ତିଙ୍କୁ ସିମ୍ କାର୍ଡ ଦିଆଯାଏ, ତେବେ ଟେଲିକମ୍ କମ୍ପାନୀ ଦୋଷୀ ସାବ୍ୟସ୍ତ ହେବ । ଆଇନ ମୁତାବକ ଜଣେ ବ୍ୟକ୍ତି ସର୍ବାଧିକ ୧୨ଟି ସିମ୍ କିଣିପାରିବ ।

Get real time updates directly on you device, subscribe now.