fbpx

ବଦଳିଲେ ପୁରୀ ଏସପି : କେ. ବିଶାଲଙ୍କୁ ଦିଆଗଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୦/୧୧(ଓଡିଶା ଭାସ୍କର): ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ । ସମ୍ବଲପୁର ଏସପି କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି । ଗତକାଲି ଚୋରି ଅଭିଯୋଗର ଜଣେ ଯୁବକଙ୍କୁ ଗିରଫ କରିବା ପରେ ପୋଲିସ ହାଜତରେ ଥିବା ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଥିଲା ।

Get real time updates directly on you device, subscribe now.