fbpx

ବଦଳିଗଲା ପୋଷ୍ଟ ଅଫିସରେ ଟଙ୍କା ଜମା ଓ ଉଠାଣ ନିୟମ, ଜାଣନ୍ତୁ ଏବେ କେତେ ପଡିବ ଚାର୍ଜ?

ନୂଆଦିଲ୍ଲୀ,୩ ।୪: ଗ୍ରାହକମାନଙ୍କ ପାଇଁ ଆସିଛି ବଡ ଖବର । ଯଦି ଆପଣଙ୍କ ଖାତା ପୋଷ୍ଟ ଅଫିସରେ ରହିଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ପୋଷ୍ଟ ଅଫିସରେ ସେଭିଙ୍ଗ ଆକାଉଣ୍ଟରେ ଜଡିତ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ନୂଆ ନିୟମ ଏପ୍ରିଲ ୧ରୁ ଲାଗୁ ହୋଇଛି । ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରୁ ଉଠାଣ ଓ ଜମା ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ, ଏବେ ଆପଣଙ୍କୁ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ଆକାଉଣ୍ଟରୁ ଚାର୍ଜ ପଡିବ…

ତେବେ ସେଭିଙ୍ଗ ଆକାଉଣ୍ଟରୁ ୪ ଥର ଟଙ୍କା ଉଠାଇଲେ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ୪ ଥରରୁ ଅଧିକ ଥର ଟଙ୍କା ଉଠାଇବା ଦ୍ୱାରା ଆପଣଙ୍କୁ ୨୫ ପଇସା ବା ୦.୫ % ଚାର୍ଜ ଦେବାକୁ ପଡିବ । ଟଙ୍କା ଜମା କରିବାକୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଆପଣ ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟରୁ ପ୍ରତି ମାସରେ ୨୫,୦୦୦ ଟଙ୍କା ଉଠାଇପାରିବେ । ଏଥିରୁ ଅଧିକ ଉଠାଇବାକୁ ଚାହୁଁଥିଲେ, ଆପଣଙ୍କୁ ୨୫ ପଇସା ଚାର୍ଜ ଦେବାକୁ ପଡିବ । ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ କରିବା ପାଇଁ କୌଣସି ଚାର୍ଜ ଲାଗିବ ନାହିଁ, କିନ୍ତୁ ଏଥିରୁ ଅଧିକ ଟଙ୍କା ଜମା କରିବାକୁ ହେଲେ ଆପଣଙ୍କୁ ୨୫ ପଇସା ଚାର୍ଜ ଦେବାକୁ ପଡିବ ।

Get real time updates directly on you device, subscribe now.