fbpx

ଯାଁଆଳା ନବଜାତକ ଶିଶୁ ହେଲେ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠି

ଗାନ୍ଧିନଗର, ୩ା୪ : ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଲହରୀ ମାଡ଼ି ଚାଲିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଗୁଜୁରାଟର ବଦୋଦରାରେ ଯାଁଆଳା ନବଜାତକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନବଜାତକ ଦ୍ୱୟ ପଜିଟିଭ୍ ଚିହ୍ନଟ ହେବା ଘଟଣା ଡାକ୍ତରମାନଙ୍କୁ ଚିନ୍ତାରେ ପକାଇ ଦେଇଛି । କିଛିଦିନ ହେଲା ବଦୋଦରାରୁ ଦୈନିକ ୫ରୁ ଅଧିକ କରୋନା ସଂକ୍ରମିତ ଶିଶୁ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ସଂକ୍ରମିତି ଶିଶୁଙ୍କ ପାଇଁ ଏକ ନୂଆ କୋଭିଡ କେୟାର ସେଣ୍ଟରର ଆରମ୍ଭ କରାଯାଇଛି । ଏହି ସେଣ୍ଟରରେ ଅନ୍ୟ ଶିଶୁଙ୍କ ସହ ଯାଁଆଳା ନବଜାତକଙ୍କୁ ରଖାଯାଇଛି । ନବଜାତକଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟନେଇ ଏହି କେନ୍ଦ୍ର ସ୍ଥାପନ କରାଯାଇଛି । ସୂଚନାଯୋଗ୍ୟ ଯେ, କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁଜୁରାଟର ଚାରୋଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା ।

Get real time updates directly on you device, subscribe now.