fbpx

୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ: ମାନସ ହତ୍ୟା ମାମଲାରେ ପୁଣି ତେଜିଲା କ୍ରାଇମବ୍ରାଞ୍ଚ

AAKASH

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଉଠିଛି ମାନସ ହତ୍ୟା ମାମଲା । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମ।।ନସ ସ୍ୱାଇଁ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠିଙ୍କ ନାଁରେ ଦାଖଲ ହୋଇଛି ଚାର୍ଜସିଟ । କେବଳ ଏହି ଦୁଇ ଜଣ ନୁହେଁ, ଏମାନଙ୍କ ସହିତ ମୋଟ ୮ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଥିବା ଜାଣିବାକୁ ମିଳିଛି ।

ଏକ ଛୋଟ ବ୍ୟବଧାନ ପରେ ପୁଣି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହତ୍ୟା ଘଟଣାର ମୁଖ୍ୟ ଅଭିୁକ୍ତଙ୍କ ସମେତ ୮ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି କଟକ କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ତରଫରୁ ଏହି ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ଆଗକୁ ଘଟଣାର ଆହୁରି ଗୁମର ଫିଟିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.