fbpx
BSKY
BJD MC SKY
BJD YOUTH SKY

ଆଜି ପବିତ୍ର ସ୍ନାନପୂର୍ଣ୍ଣମୀ: ସ୍ନାନବେଦୀରେ ଚତୁର୍ଦ୍ଧାମୂରତି

ପୁରୀ(ଓଡ଼ିଶା ଭାସ୍କର): ଆଜି ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥି । ଆଜିର ଦିନରେ ଅନୁଷ୍ଠିତ ହେଉଛି ଶ୍ରୀଜିଉଙ୍କ ବେଦସ୍ନାନ ନୀତି । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ।

ତେବେ ସ୍ନାନ ବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଧାଡ଼ି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିଛନ୍ତି । ଏହା ପରେ ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି ।

ସ୍ନାନ ପୂର୍ଣ୍ଣିମା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୫୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିବାବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯାଇଛି । ଆଇନ୍‌ ଶୃଙ୍ଖଳା ଏଡିଜି ଆର୍‌.କେ.ଶର୍ମା, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଓ ପୁରୀ ଏସ୍‌ପି କେ.ବିଶାଲ ସିଂଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଏକ ସମୀକ୍ଷା ବୈଠକରେ ମିଳିତ ହୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମନ୍ଦିର ବାହାରେ ଜନସମାଗମକୁ ଦୃଷ୍ଟିରେ ରଖି ବାରିକେଡ୍‌ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଫୋର୍ସ ସହ ୩ ଜଣ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌-ଇନ୍ସପେକ୍ଟର, ୧୦୦୦ କନେଷ୍ଟବଳ ଓ ହୋମଗାର୍ଡ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊଦ୍ଧ୍ୱର୍ ସିସିଟିଭି ନଜରରେ ରହିଛି । ପହଣ୍ଡି ସମୟରେ ପରମାଣିକ ଟିକେଟ୍‌ ଧାରୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.