fbpx

ନୂଆବର୍ଷରୁ ଶସ୍ତାରେ ମିଳିବ ପେଟ୍ରୋଲ-ଡିଜେଲ: ସରକାର କରୁଛନ୍ତି ବଡ଼ ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ସବୁ ଜିନିଷ ଉପରେ ମହଙ୍ଗା ମାଡ଼ ସାଦାରଣ ଜନତାଙ୍କୁ କଲବଲ କରୁଛି । ବିଶେଷ କରି ଗାଡ଼ିଚାଳକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେବେ କିଛି ମାସରୁ ଏହି ମୂଲ୍ୟ ସ୍ଥିର ରହିଥିଲେ ମଧ୍ୟ ସାଧାରଣ ଜନତାଙ୍କ ପକେଟ ଉପରେ ଏହାର ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି । ତେବେ ଏହି ପେଟ୍ରୋଲ-ଡିଜେଲ ଦରକୁ ନେଇ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ଖୁବଶୀଘ୍ର ଶସ୍ତାରେ ପେଟ୍ରୋଲ-ଡିଜେଲ ଦର ପାଇପାରନ୍ତି ଗ୍ରାହକ ।

ଆସନ୍ତା ନୂଆବର୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ହୋଇପାରେ ବୋଲି କୁହାଯାଉଛି । ୨୦୨୩ରେ ଭାରତ ଅନ୍ତରାଷ୍ଟ୍ରୀୟ ବଜାରରୁ ହାରାହାରି ୭୭.୧୪ ଡଲାର ପ୍ରତି ବ୍ୟାରେଲ ମୂଲ୍ୟରେ ଅଶୋଧିତ ତୈଳ ଆମଦାନୀ କରାଯାଉଛି । ଭାରତ ଆମଦାନୀ କରିଥିବା ଏହା ହେଉଛି ସର୍ବନିମ୍ନ ମୂଲ୍ୟ । ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଅଶୋଧିତ ତୈଳର ମୂଲ୍ୟ ମାତ୍ର ଦୁଇ ମାସ(ସେପ୍ଟେମ୍ବରରେ ୯୩.୫୪ ଡଲାର ଏବଂ ଅକ୍ଟୋବରରେ ୯୦.୦୮) ହିଁ ଅଶୋଧିତ ତୈଳର ମୂଲ୍ୟ ୯୦ ଡଲାର ପ୍ରତି ବ୍ୟାରେଲରୁ ଅଧିକ ରହିଛି । ତେବେ ଶେଷ ୭ ମାସରେ ସର୍ବନିମ୍ନ ମୂଲ୍ୟ ୭୪.୯୩ ଡଲାର ପ୍ରତି ବ୍ୟାରେଲ ଏବଂ ସର୍ବାଧିକ ମୂଲ୍ୟ ୮୩.୭୬ ଡଲାର ପ୍ରତି ବ୍ୟାରେଲ ରହିଛି ।

ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଅଶୋଧିତ ତୈଳର ମୂଲ୍ୟ ୭୭.୧୪ ଡଲାର ରହିଥିବା ବେଳେ ୨୦୨୨-୨୩ରେ ଏହି ମୂଲ୍ୟ ୯୩.୧୫ ଡଲାର ପ୍ରତି ବ୍ୟାରେଲ ରହିଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପ୍ରତି ୭୯.୧୮ ଡଲାର ରହିଥିଲା, ୨୦୨୦-୨୧ରେ ୪୪.୮୨ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ମୂଲ୍ୟ ୬୦.୪୭ ଡଲାର ରେକର୍ଡ ହୋଇଥିଲା ।

Get real time updates directly on you device, subscribe now.