fbpx
BJD SKY
BJD SKY

ଇଂରାଜୀ ନ ଆସିବାରୁ ମାଡ଼ ମାରିବା ସହ କୁନି ଛାତ୍ରୀଙ୍କ ଚୁଟି ଉପାଡ଼ିଦେଲେ ଶିକ୍ଷୟିତ୍ରୀ

BJD

ଭୋପାଳ: ମଧ୍ୟପ୍ରଦେଶର ବେତୁଲରେ ଜଣେ ନିରୀହ ଛାତ୍ରୀଙ୍କୁ ଇଂରାଜୀ ନଆସିବାରୁ ଜଣେ ଶିକ୍ଷୟିତ୍ରୀ ମାଡ଼ ମାରିବା ସହ ଛାତ୍ରୀଙ୍କ ଚୁଟି ମଧ୍ୟ ଉପାଡ଼ି ଦେଇଛନ୍ତି । ଆଜି ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗ ନେଇ ପହଞ୍ଚିଥିଲେ ଶିକ୍ଷା ବିଭାଗ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ଅଭିଯୋଗ ପରେ ଅଧିକାରୀମାନେ ପୂରା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅଁଳା ବ୍ଲକ ଖେଡଲି ବଜାର ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସାହୁ ମାଡାମ ପ୍ରଥମେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ମାଡ଼ ମାରିବା ସହ ଛାତ୍ରୀଙ୍କ ମୁଣ୍ଡରୁ ଚୁଟି ଉପାଡ଼ିଦେଲେ ।

ଏହି ଘଟଣାରେ ଛାତ୍ରୀଙ୍କ ପରିବାର ଲୋକେ ଆଜି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଶିକ୍ଷକଙ୍କ ସମ୍ପର୍କରେ ଅଭିଯୋଗ କରିବା ସହ ଜନଶୁଣାଣିରେ ଅଭିଯୋଗ କରିଛନ୍ତି । ମାମଲାର ଗମ୍ଭୀରତାକୁ ଦେଖି ଅଧିକାରୀମାନେ ପୂରା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶିକ୍ଷକ ଛାତ୍ରୀଙ୍କୁ ଯେଉଁଭଳି ଆକ୍ରମଣ କରିଛନ୍ତି ତାହା ଅମାନବୀୟ ବୋଲି ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ଏକ ଟିମ୍ ପଠାଇ ଶିକ୍ଷକଙ୍କ ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଠପଢାରେ ଦୁର୍ବଳ ଥିଲେ ମଧ୍ୟ କୌଣସି ଶିକ୍ଷକଙ୍କୁ ମାଡ଼ ମାରିବାକୁ ଅନୁମତି ନାହିଁ ବୋଲି କହିଛନ୍ତି ଶିକ୍ଷା ବିଭାଗ ଅଧିକାରୀ ।

 

 

Get real time updates directly on you device, subscribe now.