fbpx

କରୋନା ମୁକାବିଲା ପାଇଁ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲା ଭାରତୀୟ ରେଳବିଭାଗ

ନୂଆଦିଲ୍ଲୀ,୬ ।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାର ମଧ୍ୟରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛି ଭାରତୀୟ ରେଳ ବିଭାଗ । ଏହି ଶସ୍ତା ଭେଣ୍ଟିଲେଟର ‘ଜୀବନ’ କାପୁରଥାଳା ରେଳ ବକ୍ସ କାରଖାନା ଦ୍ୱାରା ବିକଶିତ ହୋଇଛି । ଭେଣ୍ଟିଲେଟର ପ୍ରସ୍ତୁତ ପରେ ଆଇସିଏମଆର ଅନୁମୋଦନକୁ ଅପେକ୍ଷା କରିଛି ରେଳ ।

ବ୍ରୁକିଙ୍ଗସର ଏକ ରିପୋର୍ଟ ମୁତାବକ, ଦେଶରେ ଜୀବନ ରକ୍ଷାକାରୀ ଭେଣ୍ଟିଲେଟରର ଘୋର ଅଭାବ ରହିଛି । ବର୍ତ୍ତମାନ ଦେଶରେ ସର୍ବାଧିକ ୫୭ ହଜାର ଭେଣ୍ଟିଲେଟର ଉପଲବ୍ଧ ହେଉଛି । ଯଦି ସଂକ୍ରମଣ ଅଧିକ ବ୍ୟାପେ, ତେବେ ମେ ୧୫ ସୁଦ୍ଧା ୧,୧୦ ଲକ୍ଷରୁ ୨.୨୦ ଲକ୍ଷ ଭେଣ୍ଟିଲେଟର ଆବଶ୍ୟକ ହୋଇପାରେ । ବର୍ତ୍ତମାନ ଉପଲବ୍ଧ ଭେଣ୍ଟିଲେଟର ମୂଲ୍ୟ ୫ ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ରହିଛି ।

Get real time updates directly on you device, subscribe now.