ଗଣିତ ପରୀକ୍ଷାରେ କପି: ଧରାପଡ଼ିଲେ ୫ ପରୀକ୍ଷାର୍ଥୀ

କପି କରି ଧରାପଡିଲେ ୫ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆଜି ମାଟ୍ରିକ୍ ପରୀକ୍ଷାର ଗଣିତ ପରୀକ୍ଷା ଦେଉଥିଲେ ୧୦ମ ପରୀକ୍ଷାର୍ଥୀ। ବର୍ତ୍ତମାନ ଶେଷ ହୋଇଛି ଗଣିତ ପରୀକ୍ଷା। ଏହି ପରୀକ୍ଷାରେ କପି କରି ଧରାପଡ଼ିଛନ୍ତି ୫ ଜଣ ପରୀକ୍ଷାର୍ଥୀ।

ଲାଇଭ୍ ଷ୍ଟ୍ରିମିଂ ବେଳେ ସାମ୍ନାକୁ ଆସିଲା ଫୁଟେଜ। ବୋର୍ଡ ଉପସଭାପତି ନିହାର ମହାନ୍ତି ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଧରାପଡିଥିବା ପରୀକ୍ଷାର୍ଥୀ ବାକି ବିଷୟରେ ପରୀକ୍ଷା ଦେଇପାରିବେ।