fbpx

ଚେନ୍ନାଇ ପାଇଁ ବଢୁଛି ଅଡୁଆ: ଲଗାତାର ତୃତୀୟ ମ୍ୟାଚରେ ପ୍ରଥମ ବିଜୟ ପାଇଁ ବଦଳିପାରେ ପ୍ଲେଇଙ୍ଗ ୧୧

AAKASH

ମୁମ୍ବାଇ: ଆଜି ପଞ୍ଜାବ କିଙ୍ଗ୍ସ ବିରୁଦ୍ଧରେ ନିଜର ତୃତୀୟ ମ୍ୟାଚ ଖେଳିବାକୁ ଯାଉଛି ଚେନ୍ନାଇ ସୁପର କିଙ୍ଗ୍ସ । କିନ୍ତୁ ଦଳ ଏବେ ବି ଚଳିତ ସିଜନର ପ୍ରଥମ ବିଜୟ ଅପେକ୍ଷାରେ ରହିଛି । ପ୍ରଥମକ ଦୁଇ ମ୍ୟାଚ କୋଲକାତା ଏବଂ ଲକ୍ଷେ୍ନø ବିପକ୍ଷରେ ପରାଜୟ ପରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ଦୁର୍ବଳ ବୋଲିଂ ଲାଇନ ଅପ ଏବେ ପର୍ଯ୍ୟନ୍ତ ଦଳର ଏକ ପ୍ରମୁଖ ଚିନ୍ତା ପାଲଟିଛି । ଫଳରେ ଆଜିର ମ୍ୟାଚରେ ମଧ୍ୟ କିଛି ବଡ ପରିବର୍ତ୍ତନ କରି ପାରନ୍ତି କ୍ୟାପଟେନ ଜାଡେଜା ।

IPL 2022 CSK vs PBKS: Match preview, head-to-head and sponsors | SportsMint Media

ଇତିହାସରେ ପ୍ରଥମ ଥର ପାଇଁ ଚେନ୍ନାଇ ଲଗାତାର ପ୍ରଥମ ଦୁଇ ମ୍ୟାଚ ହାରିଛି । ପ୍ରଥମେ ଉଦଘାଟନୀ ମ୍ୟାଚରେ କୋଲକାତାଠାରୁ ପରାଜୟ ବରଣ କରିବା ପରେ ରାହୁଲ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଜାଡେଜାଙ୍କୁ ହରାଇଥିଲେ । ତେବେ ଆଜି ଜାଡେଜା ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ କିଙ୍ଗସର ସାମନା କରିବାକୁ ଯାଉଛନ୍ତି । ଏହି ମ୍ୟାଚକୁ ଜିତି ସିଜନର ପ୍ରଥମ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ସିଏସକେ । ଉଭୟ ମ୍ୟାଚରେ ଦୁର୍ବଳ ପରିଲକ୍ଷିତ ହେଉଥିବା ବୋଲିଂ ଲାଇନ ଅପରେ ସୁଧାର ଆଣିବା ଜରୁରୀ ହୋଇ ପଡିଛି । ତେଣୁ ଏଥିପାଇଁ ଦଳରେ ପୁଣି କିଛି ପରିବର୍ତ୍ତନ କରିପାରନ୍ତି ରବିନ୍ଦ୍ର ଜାଡେଜା । ସେପଟେ ପଞ୍ଜାବ ମଧ୍ୟ ନିଜ ବ୍ୟାଟିଂକୁ ଶକ୍ତିଶାଳୀ କରିବା ଦିଗରେ ଧ୍ୟାନ ଦେବ । ତେବେ ଆସନ୍ତୁ ଦେଖିବା କ’ଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧ ।

ପଞ୍ଜାବ କିଙ୍ଗସ:
ମୟଙ୍କ ଅଗ୍ରୱାଲ(ଅଧିନାୟକ), ଶିଖର ଧୱନ, ଭାନୁକା ରାଜପକ୍ଷେ, ଲିୟାମ ଲିଭିଙ୍ଗଷ୍ଟୋନ, ଓଡିୟନ ସ୍ମିଥ, ଶାହରୁକ ଖାନ, ରାଜ ବାୱା, ହରପ୍ରୀତ ବ୍ରାର, କାଗିସୋ ରାବାଡା, ଅର୍ଶଦୀପ ସିଂହ, ରାହୁଲ ଚହର ।

ଚେନ୍ନାଇ ସୁପର କିଙ୍ଗସ:
ଋତୁରାଜ ଗାଏକ୍ୱାଡ, ରବିନ ଉତ୍ଥାପା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମ. ଏସ ଧୋନୀ, ଡ୍ୱେନ ବ୍ରାଭୋ, ଡ୍ୱେନ ପ୍ରିଟିରିୟସ, ରାଜବର୍ଦ୍ଧନ ହଙ୍ଗରଗେକର, ମିଚେଲ ସାଣ୍ଟନର,

Get real time updates directly on you device, subscribe now.