fbpx
BJD
BJD SKY
BJD SKY

ସୀମା ଟପିଲା ବର୍ବରତା, ୧୦୦ ରୁ ଅଧିକ କୁକୁରଙ୍କୁ ବିଷ ଦେଇ ହତ୍ୟା!

ଅନେକ ସମୟରେ ନିରୀହ ପଶୁଙ୍କ ଉପରେ ବର୍ବରତାର ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଅତ୍ୟନ୍ତ କଷ୍ଟ ଲାଗିଥାଏ । ଏହି ନିରୀହ ପ୍ରାଣୀଙ୍କ ଉପରେ ଅତ୍ୟାଚାର ଅନେକଙ୍କୁ ସହଜ ଲାଗିଥାଏ । କିନ୍ତୁ ଏଭଳି ଘଟଣା ଘଟିବା ପ୍ରକୃତରେ ଲଜ୍ଜାଜନକ ।

ତେଲେଙ୍ଗାନାର ସିଦ୍ଧିପେଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ । କାରଣ ମଣିଷର ବିଶ୍ୱସନୀୟ ବନ୍ଧୁ କୁହାଯାଉଥିବା କୁକୁର ଉପରେ ହୋଇଛି ନିର୍ମମ ଅତ୍ୟାଚାର । ୧୦୦ ରୁ ଅଧିକ କୁକୁରଙ୍କ ସାମୂହିକ ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ଏବଂ ଆନିମଲ ରାଇଟ୍ସର ସ୍ୱେଚ୍ଛାସେବୀମାନେ ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆନିମଲ ରାଇଟ୍ସହ କାର୍ଯ୍ୟକର୍ତ୍ତା ଗୌତମ କୁମାର ୧୦୦ କୁକୁରଙ୍କ ହତ୍ୟା ମାମଲାରେ ପୋଲିସ କମିଶନରଙ୍କ ନିକଟରେ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏଭଳି କରିଥିବା ଲୋକଙ୍କ ବିରୋଧରେ ଗିରଫ ଦାବି କରିଛନ୍ତି । ଅନୁମାନ କରାଯାଉଛି ଏହି କୁକୁରମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ଏବଂ ପରେ ଫିଙ୍ଗିଦିଆଯାଇଛି । ତେବେ ଏଭଳି ଘଟଣା ପ୍ରଥମ ନୁହେଁ, ଗତ ୩ ମାସରେ ପ୍ରାୟ ୨୦୦ କୁକୁରଙ୍କ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.