fbpx
BJD SKY
BJD SKY

ଛତିଶଗଡ଼ ସରକାରୀ ଅଧିକାରୀଙ୍କ ଜଘନ୍ୟ କାଣ୍ଡ: ମୋବାଇଲ୍ ଖୋଜିବାକୁ ୩ ଦିନରେ ଶୁଖାଇଦେଲେ ଡ୍ୟାମ୍‌

BJD

ନୁଆଦିଲ୍ଲୀ: ମୋବାଇଲ୍‌କୁ ନେଇ ଛତିଶଗଡ଼ରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ମୋବାଇଲ ପ୍ରେମରେ ପଡ଼ି ଜଣେ ସରକାରୀ ଅଧିକାରୀ ଏପରି କାଣ୍ଡ ଭିଆଇଥିଲେ ଯେ, ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ମାମଲା ଛତିଶଗଡ଼ର କାଙ୍କର ଜିଲ୍ଲା କୋଲିବେଡ଼ା ବ୍ଲକ୍‌ର । ଏଠାରେ ଜଣେ ଅଧିକାରୀଙ୍କ ମୋବାଇଲ୍ ଡ୍ୟାମ୍‌ରେ ଖସିପଡ଼ିବା ପରେ ଫୋନ୍ ଖୋଜିବା ପାଇଁ ସମ୍ପୁର୍ଣ୍ଣ ଡ୍ୟାମ୍‌ର ପାଣି ଶୁଖାଇ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ କି କେବଳ ଗୋଟିଏ ମୋବାଇଲ ପାଇଁ ଜଣେ ସରକାରୀ ଅଧିକାରୀ କିପରି ୨୧ ଲକ୍ଷ ଲିଟର ପାଣି ନଷ୍ଟ କରି ଦେଇଥିଲେ ।

ତେବେ ଅଧିକାରିଙ୍କ ଏହି କାଣ୍ଡ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଜଣଙ୍କୁ ତାଙ୍କ ପଦର ଦୁରୁପେଯାଗ ପାଇଁ ନିଲମ୍ବିତ କରିଛନ୍ତି । ତେବେ ଏହି ଘଟଣା ବିଷୟରେ ଅଧିକାରୀ ଜଣକ କହିଛନ୍ତି ଯେ, ଡ୍ୟାମ୍ ପାଣୀ ଖରାପ ଅନୁପଯୋଗୀ ଥିଲା ଏବଂ ଏଥିପାଇଁ ତାଙ୍କୁ ସ୍ଥାନୀୟ ଉପ ମଣ୍ଡଳ ଅଧିକାରୀଙ୍କ ମୌଖିକ ଅନୁମତି ମିଳିଥିଲା । ଅଧିକାରୀ ଜଣକ ନାଁ ହେଊଛି ରାଜେଶ ବିଶ୍ୱ। ସେ କାନକର ଜିଲ୍ଲାର କୋଲିବେଡା ବ୍ଲକର ଖାଦ୍ୟ ଅଧିକାରୀ। ଖେରକଟା ଡ୍ୟାମରେ ତାଙ୍କର ଛୁଟି ମନାଉଥିବା ସମୟରେ ତାଙ୍କର ମୋବାଇଲ ଡ୍ୟାମରେ ଖସିପଡିଥିଲା। ତା’ପରେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଫୋନ୍ ମିଳିପାରି ନଥିଲା।

ଏହା ପରେ ଫୋନ୍ ବାହାର କରିବା ପାଇଁ ଏକ ଯୋଜନା କରାଯାଇଥିଲା। କୌଣସି ଉପାୟ ନପାଇ ପ୍ରାୟ 30HP ଡିଜେଲ ପମ୍ପ ତିନି ଦିନ ଲଗାଇ ପାଣି କଢ଼ା ଯାଇଥିଲା। ଏହା ପରେ ପ୍ରାୟ ୨୧ ଲକ୍ଷ ଲିଟର ପାଣି ଖାଲି ହୋଇଗଲା, ଯାହା ୧,୫୦୦ ଏକର ଚାଷ ଜମିକୁ ଜଳସେଚନ କରିବା ପାଇଁ ଯଥେଷ୍ଟ ଥିଲା। ଖବର ଅନୁଯାୟୀ ପମ୍ପଗୁଡ଼ିକ ସୋମବାର ସନ୍ଧ୍ୟାରେ ପାଣି ବାହାର କରିବା ଆରମ୍ଭ କରି ଗୁରୁବାର ପର‌୍ୟ୍ୟନ୍ତ ଚାଲିଥିଲା।

ସୂଚନା ଅନୁଯାୟୀ, ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟ ବିଷୟରେ ଯେତେବେଳେ ଅଭିଯୋଗ କରାଯାଇଥିଲା, ସେତେବେଳେ ଜଳସେଚନ ଏବଂ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ତୁରନ୍ତ ଏହି କାମ ବନ୍ଦ କରିଦେଲେ। ତେବେ ପ୍ରାୟ ୨୧ ଲକ୍ଷ ଲିଟର ବିଶିଷ୍ଟ ଛଅ ଫୁଟ ଗଭୀର ଜଳ ପୂର୍ବରୁ ପମ୍ପ ହୋଇସାରିଛି। ଗ୍ରୀଷ୍ମ ସମୟରେ ମଧ୍ୟ ଏହି ଅଞ୍ଚଳର ଜଳ ୧୦ ଫୁଟରୁ ଅଧିକ ଗଭୀର ଅଟେ ଏବଂ ପଶୁମାନେ ପ୍ରାୟତ ଏଥିରୁ ପାଣି ପିଆନ୍ତି। ଖାଦ୍ୟ ଅଧିକାରୀ ରାଜେଶ ବିଶ୍ୱ କହିଛନ୍ତି ଯେ ସେଲଫି ନେବାବେଳେ ସେ ଫୋନ୍ ଖସିପଡିଥିଲା ଏବଂ ମୋବାଇଲରେ ସରକାରୀ ବିଭାଗୀୟ ତଥ୍ୟ ଥିବାରୁ ଏହାକୁ ପାଇବାକୁ ଚେଷ୍ଟା କରିଥିଲେ।

Get real time updates directly on you device, subscribe now.