fbpx

ରାଜଧାନୀରେ ଚାଞ୍ଚଲ୍ୟ: ବିଚରାସ୍ତାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା । ବିଚରାସ୍ତାରେ ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ । ସହିଦନଗର ଥାନା ସୈନିକ ସ୍କୁଲ ନିକଟରେ ଛୁରାମାଡ଼ । କେକ୍ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ପରେ ଆକ୍ରମଣ । ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି । ସେପଟେ ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସର ତଦନ୍ତ ଜାରି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମୃତକ ଜଣକ ଚିଣ୍ଟୁ ବୋଲି ଜଣାପଡିଥିବା ବେଳେ ତାଙ୍କ ଘର ଗାଡକଣରେ। ଅଭିଯୁକ୍ତ ମାନେ ନୟାପଲ୍ଲୀ ଅଂଚଳର ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.