fbpx

୪ IAS ଅଫିସରଙ୍କୁ ମିଳିବ ସର୍ବୋଚ୍ଚ ବେତନ: ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ବେତନ ବୃଦ୍ଧି ସହିତ ପଦୋନ୍ନତି ମଧ୍ୟ ଘୋଷଣା କରାଯାଇଛି । ୪ ଜଣ ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ଦିଆଯାଇଥିବା ବେଳେ ଏମାନଙ୍କୁ ସର୍ବୋଚ୍ଚ ବେତନ ପ୍ରଦାନ କରାଯିବ । ୪ ଜଣ ଆଇଏଏସ ଅଧିକାରୀ ଅନୁ ଗର୍ଗ, ମଧୁସୂଦନ ପାଢୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଅରୋରାଙ୍କୁ ଏହି ପଦୋନ୍ନତି ଦିଆଯାଇଛି ।

ଅନ୍ୟ ପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ରହିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ପଦୋନ୍ନତି ପାଇଁ ଘୋଷଣା କରାଯାଇଛି । ୧୯୯୦ ବ୍ୟାଚର ଗୁଡେ ଶ୍ରୀନିବାସ ଏବଂ ଆରତୀ ଆହୁଜାଙ୍କୁ ପଦୋନ୍ନତି ସହିତ ସର୍ବାଧିକ ବେତନ ବର୍ଗକୁ ପଦୋନ୍ନତି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.