fbpx

ଗ୍ୟାସ ହେଉଥିଲେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ: ହୋଇ ଥାଇପାରେ GASTRITIS , ଜାଣନ୍ତୁ କାରଣ ଓ ନିଦାନ

ପାକସ୍ଥଳୀର ଧାରରେ ଥିବା ଝିଲ୍ଲୀରେ କୌଣସି ପ୍ରକାର ଆଘାତ ବା ବାଧା ଘଟିଲେ କିମ୍ବା କୌଣସି କାରଣରୁ ସଂକ୍ରମଣ ହେଲେ ପାକସ୍ଥଳୀ ଟି ଫୁଲିଯାଏ ।ଏହି ରୋଗଟି ହଠାତ ଆକ୍ରମଣ କରିପାରେ କିଛି ଖେତ୍ରରେ ଏହା ଦିର୍ଘଦିନ ଧରି ରହି ବଡ ଆକାର ଧାରଣ କରେ ଯାହାକୁ Chronic gastritis କହୁ ।

କାରଣ : ଏହି ରୋଗର କାରଣ ଜୀବନଶୈଳୀ ଉପରେ ବହୁତ ନିର୍ଭର କରେ ।

@ସମ୍ଭ୍ରାନ୍ତ ଶ୍ରେଣୀ ଲୋକମାନଙ୍କୁ ଏହା ବେଶୀ ଦେଖାଦେଇଥାଏ ବା ନିଜକୁ ସେହି ଭଳି ରଖିବାକୁ ଚାହୁଁଥିବା ମଣିଷମାନଙ୍କୁ ବେଶୀ ଏହି ରୋଗ ଦେଖା ଦେଇଥାଏ ।

@ରାତିରେ ୮ରୁ ୯ଘଣ୍ଟା ଶୋଇ ସକାଳର ବ୍ରେକଫାଷ୍ଟ୍ ଦିନ ୧୨ ଟାରେ ଖାଇଲେ ଏହି ସମସ୍ୟା ଦେଖାଦେଇଥାଏ ।

@ ଅତ୍ୟଧିକ ପରିମାଣର ତେଲ ମସାଲା ,ଫାଷ୍ଟଫୁଡ୍ ନନଭେଜ୍ ଜାତୀୟ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏହା ହୋଇଥାଏ ।

@ବ୍ରେକଫାଷ୍ଟ୍ ରେ ତେଲଜାତୀୟ ଖାଦ୍ୟ ମଧ୍ୟ ଏହାର ଏକ କାରଣ ।

@ଅଧିକ ମଦ୍ୟପାନ ,ଧୂମପାନ, ବାସିଖାଦ୍ୟ ଏହାର ଆଉ ଏକ କାରଣ ।
@ରେଗୁଲାର ମେଡିକେସନ ବି କିଛିମାତ୍ରାରେ ଏହାର କାରଣ ।

ଲକ୍ଷଣ :

ବେଳେବେଳେ କିଛି oily Food ବା ଖାଦ୍ୟପାନୀୟ ଠିକ୍ ସମୟରେ ଅବହେଳା ହୋଇଥିଲେ ଗ୍ୟାସ ହୁଏ ଏବଂ କିଛିସମୟ ପରେ ଆପେ ଭଲ ହେଇଯାଏ ବିନା କୌଣସି ଔଷଧରେ ମଧ୍ୟ ଏହା ଭଲ ହୋଇଥାଏ । ଏହାକୁ Acute Gastiritis କୁହାଯାଏ ଏହା ଶରୀର ପାଇଁ କୌଣସି କ୍ଷତି ପହଞ୍ଚେଇନଥାଏ ।

ଗ୍ୟାସ ଯଦି ସବୁଦିନ ପାଇଁ ଲାଗିରୁହେ ତେବେ ତାକୁ ଆମେ Chronic gastritis କୁହାଯାଏ ଏହା ଶରୀର ପାଇଁ ବହୁତ କ୍ଷତିକାରକ ।

@ପେଟରେ ଯନ୍ତ୍ରଣା ଅନୁଭବ ହେଲେ
@ମୁଣ୍ଡବ୍ୟଥା ହେଲେ
@ବାନ୍ତି ଲାଗିଲେ
@କୌଣସି ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ
@କେବେକେବେ internal bleeding ମଧ୍ୟ ହୋଇଥାଏ
ଝାଡାରେ କଳାରକ୍ତ ପଡିଲେ । ଯାହାଦ୍ବାରା ରୋଗୀଟିର ରକ୍ତର ପରିମାଣ କମି ଆନେମିକ୍ ରୋଗରେ ଶୀକାର ହୋଇଥାଏ ।

ନିରାକରଣ:
@ନିଶାସେବନ କୁ ସମ୍ପୁର୍ଣ୍ବ ରୁପେ ବନ୍ଦ କରିବା ଉଚିତ
@ଦେହ ହାତ ବିନ୍ଧା ମେଡିସିନ ରେଗୁଲାର ଖାଉଥିଲେ ତାକୁ ବନ୍ଦ କରିବା ଉଚିତ୍ ।
@ଠିକ୍ ସମୟରେ ଖାଦ୍ୟ ଖାଇବା ଏବଂ ଦିନକୁ ୩ ରୁ ୪ଲିଟର ପାଣୀ ପିଇବା ଉଚିତ୍ ।
@ନରମ ଖାଦ୍ୟ ଖାଇବା ଉଚିତ୍ ଯାହା ଦ୍ବାରା ଖାଦ୍ୟ ହଜମ ହେବା ସହଜ ହୋଇଥାଏ ।
@ରାତିରେ ୭ରୁ ୮ ଘଣ୍ଟା ଶୋଇବା ଦ୍ବାରା ମଧ୍ୟ ଖାଦ୍ୟହଜମ ହେବା ସହ ଦେହକୁ ବିଶ୍ରାମ ମିଳିଥାଏ ।
@ନିଜ ଶରୀର ପୋଷଣ ଅନୁଯାୟୀ ଖାଦ୍ୟଖାଇବା ଯେମିତିକି ଅତ୍ୟଧିକ ବା diet ଚକରରେ କମ୍ ଖାଦ୍ୟ ଖାଇବା ମଧ୍ୟ ଅନୁଚିତ୍ ।

ପରୀକ୍ଷା –
ଏଣ୍ଡୋସ୍କୋପି ଦ୍ବାରା ଏହିରୋଗ ନିର୍ଣ୍ଣୟ କରାଯାଏ । ଏହା ସହ ତୁରନ୍ତ ଡାକ୍ତର ପରାମର୍ଶ କରିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.