fbpx

ପ୍ରଶାନ୍ତ ମହାସାଗରରେ ଭୟଙ୍କର ଲାଭା ଉଦଗୀରଣ: ସୁନାମୀ ପରେ ଜଳମଗ୍ନ ହେଲା ଟୋଙ୍ଗା ଦେଶ

ପ୍ରଶାନ୍ତ ମହାସାଗରରେ ଭୟଙ୍କର ଲାଭା ଉଦଗୀରଣ । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଆସିଛି ଭୟଙ୍କର ସୁନାମୀ । ଫଳରେ ରାଜଧାନୀ ନୁକୁଆ’ଲୋଫା ସମେତ ସମଗ୍ର ଦେଶରେ ଦେଖିବାକୁ ମିଳିଛି ଜଳପ୍ରଳୟ । ଚାରିଆଡେ ହୋଇପଡ଼ିଛି ପାଉଁମୟ ପରିବେଶ । ଜଳ ପ୍ରଳୟ ଯୋଗୁଁ ସମୁଦ୍ରକୂଳିଆ ଅଞ୍ଚଳରୁ ନିରାପଦ ସ୍ଥାନକୁ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ଥିବା ହୁଙ୍ଗା ଟୋଙ୍ଗା ଏବଂ ହୁଙ୍ଗା ହାପ୍ପୀ ଭଲକାନୋ ଶନିବାର ଭାରତୀୟ ସମୟ ଅନୁଯାୟୀ ସକାଳ ୧୦ଟା ସମୟରେ ଉଦଗୀରଣ ହୋଇଥିଲା । ଏହାର ଝଟକା ଖୁବ ତୀବ୍ର ରହିଥିଲା । ତେବେ ଲାଭା ଉଦଗୀରଣ ସ୍ଥାନଠାରୁ ୬୫ କିମି ଦୁରରେ ଥିବା ଟୋଙ୍ଗା ଦେଶର ରାଜଧାନୀରେ ଏହାର ଝଟକା ଅନୁଭବ ହୋଇଥିଲା । ଏମିତିକି ପଡ଼ୋଶୀ ଦେଶ ଫିଜିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଟୋଙ୍ଗାର ଭୁବିଜ୍ଞାନ ସଂସ୍ଥା ଅନୁଯାୟୀ ଲାଭା ଉଦଗୀରଣ ସମୟରେ ଏଥିରୁ ବାହରୁଥିବା ଧୂଆଁ ଅନେକ କିଲୋମିଟର ପର୍ଯ୍ୟନ୍ତ ଉପରକୁ ଉଠିଥିଲା, ଏହି ଧୂଆଁ ଏବଂ ପାଉଁଶ ୨୦ କିମି ଉପରକୁ ଉଠିଥିଲା । ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏହି ଶବ୍ଦ ପ୍ରାୟ ୮୦୦ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା ନେଇ କୁହାଯାଉଛି । ଉଦୀଗରଣରୁ ବାହାରିଥବା ପାଉଁଶ ଯୋଗୁଁ ଟୋଙ୍ଗା ରେ ଚାରିଆଡ଼େ ଦେଖିବାକୁ ମିଳିଛି ପାଉଁଶମୟ ।

ସେପଟେ ଏପର୍ଯ୍ୟନ୍ତ ସୁନାମୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ସୁନାମୀ ଯୋଗୁଁ ବଡ଼ ବଡ଼ ସମୁଦ୍ର ଜୁଆର ସହର ଭିତରକୁ ପଶିଆସିଛି । ଫଳରେ ଜଳମଗ୍ନ ହୋଇପଡ଼ିଛି ଟୋଙ୍ଗା ଦେଶ । ପୂର୍ବରୁ ଶୁକ୍ରବାର ମଧ୍ୟ ପ୍ରଥମ ଲାଭା ଉଦଗୀରଣ ହୋଇଥିଲା । ତେବେ ଶନିବାର ଦ୍ୱିତୀୟ ଥର ଏଭଳି ଉଦଗୀରଣ ପରେ ସୁନାମୀ ଦେଖାଦେଇଛି ।

Get real time updates directly on you device, subscribe now.