fbpx

ଏଣିକି କୁକୁଡା ମାଂସ ଓ ଅଣ୍ଡା ଖାଇବାରେ ଭୟ ନାହିଁ: ଓୟୁଏଟି

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ବାର୍ଡ ଫ୍ଲୁ ଆଶଙ୍କାରେ ଲୋକ କୁକୁଡା ମାଂସ ଓ ଅଣ୍ଡା ଖାଇବାରେ କୌଣସି ଭୟ ନାହିଁ ବୋଲି ଭୁବନେଶ୍ୱର ଓୟୁଏଟି ପକ୍ଷରୁ କୁହାଯାଇଛି । ସୂଚନା ମୁତାବକ , ଓୟୁଏଟି କୁକୁଡା ଫାର୍ମ ଓ ୧୦ କିମି ବ୍ୟାସାର୍ଦ୍ଧରେ ସବୁ କୁକୁଡା ମରା ଯାଇଛି । କୁକୁଡା, ବତକଙ୍କୁ ମାରି ପୋତିବା ସହ ବିଶୋଧକ ପ୍ରୟୋଗ ହୋଇଛି । ଓୟୁଏଟି କୁକୁଡା ଫାର୍ମକୁ ସିଲ କରାଯାଇଛି । ଏଣିକି ମାଂସ, ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ ।’

୨୮ ଜାନୁଆରି ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓୟୁଏଟି କୁକୁଡା ଫାର୍ମର ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇନାହିଁ । ତେଣୁ ଲୋକମାନେ ଆଶଙ୍କାଗ୍ରସ୍ତ ନହୋଇ କୁକୁଡା ମାଂସ ଓ ଅଣ୍ଡା ଖାଇପାରିବେ ବୋଲି ଓୟୁଏଟି ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.