fbpx
BSKY
BJD MC SKY
BJD YOUTH SKY

ଭୁବନେଶ୍ୱରରେ ସଟଡାଉନରେ ଚିକେନ ବେପାର!

ଭୁବନେଶ୍ୱର, ୨୬/୦୪: ରାଜ୍ୟରେ କୋଭିଡ ସଂକ୍ରମଣରେ ଲାଗୁନାହିଁ ଲଗାମ । ଦୈନିକ ୬୦୦୦ରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ସେପଟେ ରାଜ୍ୟ ସରକାର ଏହାର ମୁକାବିଲା କରିବା ପାଇଁ ରାଜ୍ୟରେ ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ସଟଡାଉନର ଘୋଷଣା କରିଛନ୍ତି ।
ସପ୍ତାହାନ୍ତ ସଟଡାଉନ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ବିନା କାରଣରେ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ରହିଛି । ମାତ୍ର ଏହି ସଟଡାଉନରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କିଭଳି କିଛି ଲୋକ ନିୟମ ନମାନି ଲୁଚାଛପାରେ ଆମିଷ ବିକ୍ରି କରୁଥିଲେ ଏବଂ ଲୋକମାନେ ମଧ୍ୟ ଏହାକୁ ବିରୋଧ କରିବା ବଦଳରେ ସେମାନଙ୍କ ଠାରୁ ଆମିଷ କିଣି ଘରୁ ନେଉଥିଲେ ।
ଏଭଳି ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ । ରାଜଧାନୀ ବିଭିନ୍ନ ପ୍ରମୁଖ ସ୍ଥାନ ଶିରିପୁର, ବାପୁଜୀନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ୟୁନିଟ୧, ୟୁନିଟ୮, ଜୟଦେବ ବିହାର, ବରମୁଣ୍ଡା ଆଦି ଜାଗାରେ ରବିବାର ଏଭଳି ଲୁଚାଛପାରେ ଆମିଷ ବେପାର ଚାଲିଥିଲା ।

Get real time updates directly on you device, subscribe now.