fbpx

ଭୁବନେଶ୍ୱରରେ ଅନଲାଇନରେ ମଦ ଅର୍ଡର କରିବା ପଡିଲା ମହଙ୍ଗା: ଇଞ୍ଜିନିୟର ହରେଇଲେ ୨.୨ ଲକ୍ଷ

ଭୁବନେଶ୍ୱର, ୨୬/୦୪: ସପ୍ତାହାନ୍ତ ସଟଡାଉନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଜଣେ ଇଞ୍ଜିନିୟର ଅନଲାଇନରେ ମଦ ଅର୍ଡର କରିବାକୁ ଯାଇ ସାଇବର ଠକଙ୍କ ଶିକାର ହୋଇଛନ୍ତି ।
ଭୁବନେଶ୍ୱର ଉପକଣ୍ଠ ପାହାଳର ଜଣେ ଇଞ୍ଜିନିୟର ଦୁଇ ଦିନ ଧରି ସଟଡାଉନରେ ଯୋଗୁଁ ମଦ ଦୋକାନ ଗୁଡିକ ବନ୍ଦ ଥିବାବେଳେ ଅନଲାଇନରେ ମଦ ଅର୍ଡର କରିବାକୁ ଯାଇ ସାଇବର ଠକଙ୍କ ହାବୁଡରେ ଫସିଥିଲେ ଏବଂ ୨.୨ ଲକ୍ଷ ଟଙ୍କା ହରାଇବାକୁ ପଡିଛି ।
ଘଟଣା ଅନୁସାରେ ଇଞ୍ଜିନିୟର ଜଣକ ଅନଲାଇନରେ ମଦ ଅର୍ଡର କରିବା ପାଇଁ ସର୍ଚ୍ଚ କରୁଥିବାବେଳେ ତାଙ୍କୁ ଏକ ମଦ ଦୋକାନର ବିଜ୍ଞାପନ ମିଳିଥିଲା ସେଥିରେ ଥିବା ମୋବାଇଲ ନମ୍ବରରେ ସେ ଯୋଗାଯୋଗ କରିଥିଲେ । ସେପଟେ ସାଇବର ଠକ ଜଣକ ତାଙ୍କୁ ମଦର ମୂଲ୍ୟ ସହ ହୋମ ଡେଊିଭରୀ ଚାର୍ଜ ଲାଗିବା ନେଇ କହିଥିଲେ ଏବଂ ତାଙ୍କୁ ପେମେଣ୍ଟ କରିବା ପାଇଁ ଏକ କ୍ୟୁ ଆର କୋଡ ପଠାଇଥିଲେ । ଏହି କ୍ୟୁ ଆର କୋଡକୁ ସ୍କାନ କରିବା ପରେ ଉକ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨.୨ ଲକ୍ଷ ଟଙ୍କା କଟିଯାଇଥିଲା ।
ତେବେ ଏନେଇ ସେ ସାଇବର ସେଲରେ ଅଭିଯୋଗ କରିଥିବା ଜଣାପଡିଛି ।

Get real time updates directly on you device, subscribe now.