fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରେ ପ୍ରଚାର ମଙ୍ଗ ଧରିବେ ହେମା ମାଳିନୀ! ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ‘ଡ୍ରିମ ଗାର୍ଲ’ଙ୍କ ନାଁ

ନୂଆଦିଲ୍ଲୀ: ଓଡ଼ିଶାରେ ରାଜନୀତି ମାହୋଲ ଏବେ ଖୁବ ସରଗରମ ହୋଇଛି । ଗାଁରୁ ସହର ନିର୍ବାଚନ ଲଢେଇରେ ଏବେ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତେବେ ଏହା ଭିତରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର ‘ଡ୍ରିମ ଗାର୍ଲ’ ହେମା ମାଳିନୀ । ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାଁ ସାମିଲ କରାଯାଇଛି ।

ସୂଚନା ଅନୁସାରେ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ମାଳିନୀଙ୍କୁ ଏହି ତାଲିକାରେ ସାମିଲ କରିଛି ବିଜେପି । ତେଣୁ ଓଡ଼ିଶାରେ ବିଜେପିକୁ ଜିତାଇବା ପାଇଁ ହେମା ମାଳିନୀ ବୁଲି ବୁଲି ପ୍ରଚାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଓଡ଼ିଶାର ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାଁ ସାମିଲ ହେବା ପରେ ଏହା ଏକ ପ୍ରକାର ସ୍ପଷ୍ଟ ମଧ୍ୟ ହୋଇଯାଇଛି । ବର୍ତ୍ତମାନ ମଥୁରାରୁ ସାଂସଦ ଭାବରେ ରହିଥିବା ହେମା ମାଳିନୀ ଓଡ଼ିଶା ଆସି ନିଜ ଦଳ ଏବଂ ଦଳର ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଜନତାଙ୍କୁ ଭୋଟ ମାଗିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.