fbpx

ଦିଲ୍ଲୀରେ ମାଗଣା ମିଳିବ କରୋନା ଟିକା, ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ ୨୬ା୪ (ଓଡିଶା ଭାସ୍କର) : ଦିଲ୍ଲୀରେ ବର୍ତ୍ତମାନ ସାଂଘାତିକ ସ୍ଥିତିରେ ଉପନୀତ ହୋଇଛି ମହାମାରୀ କରୋନା । ସମ୍ପୂର୍ଣ୍ଣ ରାଜ୍ୟରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ମେ ପହିଲାରୁ ୧୮ରୁ ୪୫ ବର୍ଷର ବୟସର ବ୍ୟକ୍ତି ବିଶେଷ ମାନେ ଟିକା ନେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟରେ ଏହି ବର୍ଗର ଲୋକମାନଙ୍କୁ ମାଗଣା ଟିକା ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଏନେଇ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ମଧ୍ୟ ସେ ସୁଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ୧ କୋଟି ୩୦ ଲକ୍ଷ ଟିକା ଅର୍ଡରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏହା ସରକାରୀ ହସ୍ପିଟାଲ ମାନଙ୍କରେ ମାଗଣାରେ ଯୋଗାଇ ଦିଆଯିବାକୁ ଥିବା ବେଳେ ଘରୋଇ ହସ୍ପିଟାଲ ମାନଙ୍କ ଟଙ୍କା ଦେଇ ଟିକା ନେବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରି କହିଛନ୍ତି ଯେ, “ଗୋଟିଏ ଭ୍ୟାକସିନ୍ ନିର୍ମାତା ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଦେବା ପାଇଁ କହୁଥିବା ବେଳେ ଆଉ ଗୋଟିଏ ଭ୍ୟାକସିନ୍ ନିର୍ମାତା ଏହାକୁ ୬୦୦ ଟଙ୍କାରେ ଦେବା ନେଇ କହୁଛନ୍ତି । ଆଉ ଏହି ଦୁଇଟି ଯାକ ଭ୍ୟାକସିନ୍ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଯୋଗଇବା ନେଇ ମତ ପ୍ରକାଶ କରିଛନ୍ତି । ହେଲେ ମୋ ମତରେ ଭ୍ୟାକସିନର ମୁଲ୍ୟ ସମସ୍ତଙ୍କ ପାଇଁ ସମାନ ରଖିବା ଦରକାର” । ବିଭିନ୍ନ ରାଜ୍ୟରେ ବୃଦ୍ଧି ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କୁ ୧୫୦ଟଙ୍କାରେ ଟିକା ଦେବା ନେଇ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ ।

ସୁଚନାଯୋଗ୍ୟ, ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କୋଭିସିଲଡ୍ ଟିକାକୁ ସରକାରୀ ହସ୍ପିଟାଲ ମାନଙ୍କୁ ୪୦୦ ଟଙ୍କାରେ ଦେବାକୁ ଘୋଷଣା କରିଥିବା ବେଳେ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କାରେ ଯୋଗାଇ ଦେବା ନେଇ ନିଷ୍ପତି ନେଇଛି । ସେହିପରି ଅନ୍ୟପଟେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହେଉଥିବା କୋଭାକ୍ସିନ୍ ରାଜ୍ୟକୁ ୬୦୦ ଟଙ୍କାରେ ଯୋଗାଇବା ପାଇଁ ନିଷ୍ପତି ନେଇଥିବା ବେଳେ ଘରୋଇ ହସ୍ପିଟାଲ ମାନଙ୍କୁ ୧୨୦୦ ଟଙ୍କାରେ ଦେବା ନେଇ ଘୋଷଣା କରିଛି ।

Get real time updates directly on you device, subscribe now.