fbpx

ଜୁଲାଇ ପହିଲାରୁ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା, ପାଇବେ ୨୮ ପ୍ରତିଶତ ଡିଏ

ନୂଆଦିଲ୍ଲୀ, ୨୬ା୪: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦେଶରେ ବର୍ତ୍ତମାନ କରୋନା ମହାମାରୀ ଜାରି ରହିଥିଲେ ମଧ୍ୟ କର୍ମଚାରୀମାନେ ସମସ୍ତ ସୁବିଧା ପାଇପାରିବେ । ଚଳିତ ବର୍ଷ କର୍ମଚାରୀମାନଙ୍କୁ ୨୮ ପ୍ରତିଶତ ବର୍ଦ୍ଧିତ ଡିଏ ମିଳିବ । ଗତବର୍ଷ କରୋନା ପାଇଁ କର୍ମଚାରୀମାନେ ଡିଏ, ଡିଆର ଆଦି ସୁବିଧାରୁ ବଞ୍ଚିତ ହୋଇଥିଲେ ।

ତେବେ ବର୍ଦ୍ଧିତ ଦରମା ଆସନ୍ତା ଜୁଲାଇ ମାସ ୧ ତାରିଖ ଠାରୁ କର୍ମଚାରୀମାନେ ପାଇବେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କର ଡିଏ ୧୭ ପ୍ରତିଶତ ରହିଥିବା ବେଳେ ଏହା ୧୧ ପ୍ରତିଶତ ବୃଦ୍ଧି ପାଇବ । ସରକାରୀ ପେନସନଭୋଗୀଙ୍କ ପାରିବାରିକ ପେନସନ ସୀମା ବୃଦ୍ଧି ନେଇ କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ବର୍ତ୍ତମାନ ସରକାର ପାରିବାରିକ ପେନସନ ସୀମା ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି କରିଛନ୍ତି । ପୂର୍ବରୁ ପାରିବାରିକ ପେନସନ ସୀମା ମାସକୁ ୪୫ ହଜାର ଥିବା ବେଳେ ଏବେ ଏହା ମାସିକ ୧.୨୫ ଲକ୍ଷକୁ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.