fbpx

୬୫ ହଜାର ପରିବାରକୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ : ସହରର ବସ୍ତିବାସିନ୍ଦାକୁ ମିଳିଲା ଭୁମିର ଅଧିକାର

ଭୁବନେଶ୍ୱର : ଏବେ ସ୍ୱାଭିମାନର ସହ ବଞ୍ଚିବେ ରାଜଧାନୀର ବସ୍ତିବାସିନ୍ଦାର ଲୋକେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଜମିର ପଟ୍ଟା ବାଣ୍ଟିଛନ୍ତି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ଆହି ୫ଟି ମହାନଗର ନିଗମର ୮୭୫ଟି ବସ୍ତିର ବାସିନ୍ଦାକୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଡନ କରିଛନ୍ତି ।

ସୂଚନା ଅନୁସାରେ, ପଟ୍ଟା ବଣ୍ଟନ ପାଇଁ ଆଜି ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆଜି ପଟ୍ଟା ବଣ୍ଟନ ହୋଇଥିବା ୬୫ ହଜାର ପରିବାର ମଧ୍ୟରୁ କେବଳ ୫୧ ହଜାର ପରିବାର ବିଏମସି ଅଞ୍ଚଳରେ ରହୁଛନ୍ତି । ପୂର୍ବରୁ କେବଳ ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ମ୍ୟୁନସିପାଲଟିର ବସ୍ତିବାସିନ୍ଦଙ୍କୁ ଜାଗା ମିଶନରେ ପଟ୍ଟା ବଣ୍ଟନ କରାଯାଉଥିଲା । କିନ୍ତୁ ମହାନଗର ବାସିଙ୍କୁ ମଧ୍ୟ ପଟ୍ଟା ବଣ୍ଟନ କରାଯିବ ବୋଲି ହତ ବର୍ଷ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ଏନେଇ ଗତ ମଭେମ୍ବରରୁ ୨୦୨୨ରେ ଡ୍ରୋନ ଯୋଗେ ସର୍ଭେ କରାଇ ଯୋଗ୍ୟ ପରିବାର ପାଇଁ ଏକ ତାଲିକା ପ୍ରସ୍ତୁତ ଆଜି ପ୍ରଥମ ପର୍ଯ୍ୟାୟରେ ଜାଗା ମିଶନର ପଟ୍ଟା ବଣ୍ଟା ଯାଇଥିଲା ।

Get real time updates directly on you device, subscribe now.