fbpx

୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ଆଜିର ଭିନ୍ନକ୍ଷମ ଦିବସରେ ୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିନ୍ନକ୍ଷମ ଥଇଥାନରେ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପୁରସ୍କୃତ ହୋଇଛି । ତେବେ ରାଜ୍ୟରେ ୨.୪୮ ଲକ୍ଷ ଦିବ୍ୟାଙ୍ଗ ଚିହ୍ନଟ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭିନ୍ନକ୍ଷମଙ୍କୁ ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ସେ କହିଥିଲେ ଯେ, ‘ଭିନ୍ନକ୍ଷମଙ୍କ କଲ୍ୟାଣ ଓ ସଶକ୍ତିକରଣ ଆମର ପ୍ରଥମ ଲକ୍ଷ୍ୟ । ଦିବ୍ୟାଙ୍ଗଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଭିନ୍ନକ୍ଷମ ଦିବସ ପାଳନ କରାଯାଉଛି । ସରକାରୀ ଚାକିରିରେ ୪% ସଂରକ୍ଷଣ ଭଳି ଅନେକ କାର୍ଯ୍ୟକ୍ରମ ଜାରି ରହିଛି । ଭିନ୍ନକ୍ଷମ ସଶକ୍ତିକରଣରେ ଓଡିଶା ଏକ ମଡେଲ ରାଜ୍ୟ ହୋଇପାରିଛି ।’ ଏହା ସହ ଦିବ୍ୟାଙ୍ଗଙ୍କ ଅଧିକାରର ସୁରକ୍ଷା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.