fbpx

ରାଜ୍ୟପାଳଙ୍କୁ ଭେଟିଲେ ସାମ୍ୱାଦିକ

ଭୁବନେଶ୍ୱର,୩ ।୧୨(ଓଡିଶା ଭାସ୍କର): ରାଜ୍ୟପାଳଙ୍କୁ ଭେଟିଛନ୍ତି OUJ ସଭାପତି ପ୍ରସନ୍ନ ମହାନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ନେଇ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ପ୍ରତିନିଧି ଦଳ ସହ ରାଜ୍ୟପାଳଙ୍କୁ ଭେଟିଛନ୍ତି ପ୍ରସନ୍ନ ।

ତେବେ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା । ଗତ କିଛିଦିନ ଧରି ସାମ୍ବାଦିକ ମିଳିତ ବିଭିନ୍ନ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଭେଟି ଏ ଦିଗରେ ଆଇନ୍ ପ୍ରଣୟନ କରିବାକୁ ନିବେଦନ କରାଯାଇଥିଲା । ଏ ନେଇ ପୂର୍ବରୁ ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ଗଣମାଧ୍ୟମର ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ଶ୍ରୀଯୁକ୍ତ ମାନସ ମଙ୍ଗରାଜଙ୍କୁ ଭେଟି ଆଲୋଚନା କରିଥିଲେ ।

Get real time updates directly on you device, subscribe now.