fbpx

ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୪ା୧୨:  କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପ ପୁଣି ଥରେ ଚାଲୁ କରିବା ଲାଗି ସେ ଚିଠି ଲେଖିଥିବା ଜଣାପଡ଼ିଛି । ସେ ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଆଲୁମିନିୟମ କ୍ଲଷ୍ଟର ପାଇଁ ଥିବା କେନ୍ଦ୍ରୀୟ ସହାୟତା ନଫେରାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସେହି ପ୍ରକଳ୍ପ ପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଥିଲା । ପ୍ରକଳ୍ପ ବିଶେଷ ଭାବେ ଅଗ୍ରଗତି ନକରିବାରୁ ଏହାକୁ ବନ୍ଦ ପାଇଁ ନିଷ୍ପତ୍ତି ହୋଇଥିଲା । ପରେ ଏହି ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ହୋଇଥିଲା । ଏନେଇ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.