fbpx

ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ ମିଳିଛି । ପ୍ରାୟ ୧୦୭ ଦିନ ପରେ ଜାମିନରେ ଚିଦାମ୍ବରମ ଆସିଛନ୍ତି । ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି । ଏହାସହ କୋର୍ଟ କେତେକ ସର୍ତ୍ତ ରଖି ତାଙ୍କୁ ଜାମିନ ଦେଇଛନ୍ତି । ଯେମିତିକି ଏହି ମାମଲାକୁ ନେଇ ମନ୍ତବ୍ୟ କିମ୍ବା ସାକ୍ଷାତକାର ଦେବା ଉପରେ ରୋକ୍ ଲଗାଯାଇଛି । ସାକ୍ଷୀମାନଙ୍କ ସହ ସମ୍ପର୍କ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚିଦାମ୍ବରମଙ୍କ ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲରେ ଚିଦାମ୍ବରମ ତିହାର ଜେଲରେ ରହିଥିଲେ । ପୂର୍ବରୁ ତାଙ୍କୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ସବିଆଇ ମାମଲାରେ ଜାମିନ ମିଳିଯାଇଥିଲା ।

Get real time updates directly on you device, subscribe now.