fbpx

ପିଆଜ @ ୧୨୦

କଟକ, ୪ା୧୨(ଓଡ଼ିଶା ଭାସ୍କର): ପିଆଜ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ରୋଷେଇ ଘରେ ଅତି ଆବଶ୍ୟକୀୟ ଜିନିଷ ମଧ୍ୟରେ ପିଆଜ ରହିଛି । ବର୍ତ୍ତମାନ ପିଆଜ କାଟିଲେ ନୁହେଁ କିଣିଲା ବେଳେ ଆଖିରୁ ଲୁହ ବୋହୁଛି । ଏହାରି ମଧ୍ୟରେ ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କା ପିଆଜ ଦର ପହଞ୍ଚିଛି । ଗତକାଲି ୧୧୦ ଥିବା ବେଳେ ୨୪ଘଣ୍ଟା ମଧ୍ୟରେ ଆଉ ୧୦ଟଙ୍କା ବୃଦ୍ଧି ପାଇ ୧୨୦ଟଙ୍କାରେ ବିକ୍ରି ହେଉଛି । କଟକ ପରି ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର ଓ ପିପିଲିରେ ମଧ୍ୟ ପିଆଜ ଦର ୧୨୦ଟଙ୍କା ରହିଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ହେଉ କିମ୍ବା ଦେଶରେ ଦିନକୁ ଦିନ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାହାର ଦେଶରୁ ସରକାର ପିଆଜ ମଗାଇବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି । କିଛି ଦିନ ତଳେ ତୁର୍କୀ ଓ ଇଜିପ୍ଟରୁ ୧୭ ହଜାର ୯୦ ମେଟ୍ରିକ ଟନ୍ ପିଆଜ ଆସିବ ବୋଲି ଜଣାପଡ଼ିଛି । ପିଆଜ ଅଭାବକୁ ଦୃଷ୍ଟି ରଖି ବାହାରୁ ପିଆଜ ଆମଦାନୀ କରାଯାଉଛି । ଡିସେମ୍ବର ମଧ୍ୟ ଭାଗରେ ଇଜିପ୍ଟରୁ ୬୦୯୦ ମେଟ୍ରିକ ଟନ୍ ଓ ସେହିପରି ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ତୁର୍କୀର ୧୧ହଜାର ଟନ୍ ପିଆଜ ଆସି ଦେଶରେ ପହଞ୍ଚିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.