fbpx

ପୁରୀ ଗଣଦୁଷ୍କର୍ମ ମାମଲା, ମିଳିଲା ଆଉ ଏକ ରହସ୍ୟମୟ ତଥ୍ୟ !

ପୁରୀ,୪ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ସେହି ଘଟଣାରେ ଆଜି ଆଉ ଏକ ନୂଆ ତଥ୍ୟ ମିଳିଥିବା ଜଣାପଡ଼ିଛି । ଯୁବତୀଙ୍କୁ କାରରେ ନୀମାପଡ଼ାରୁ ଆଣି ପୁରୀରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ପୀଡ଼ିତା । କିନ୍ତୁ ମାତ୍ର ପୋଲିସ ସେଠାରୁ ସ୍କୁଟର ଓ ବାଇକ ଜବତ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ କାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାସହ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାକୁ ସେ ଏକ ପୁରୁଷ ବନ୍ଧୁ ସହ ଯାଇଥିବା ସିସିଟିଭିରେ କଏଦ ହୋଇଥିବା ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ଛାଡ଼ିଯାଇଥିବା ପୁରୁଷ ବନ୍ଧୁଙ୍କ ଏସକର୍ଟ ସର୍ଭିସ ରହିଛି ବୋଲି ମଧ୍ୟ ସୂତ୍ରରୁ ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୨ତାରିଖ ଦିନ ନୀମାପଡ଼ାରୁ ଏକ ଯୁବତୀଙ୍କୁ ଜୋରଜବରଦସ୍ତ ପୁରୀକୁ ନେଇ ଗଣଦୁଷ୍କର୍ମ କରାଯାଇଥିଲା । ଏହା ପରେ ପୀଡ଼ିତା ଏନେଇ ପୁରୀ ସ୍ଥିତ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ । ପୀଡ଼ିତାଙ୍କ ଏତଲା ପରେ କୁମ୍ଭାରପଡ଼ା ଥାନା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସେନେଇ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ଗିରଫ କରାଯାଇଥିଲା । ପରେ ସାଇଣ୍ଟିଫିକ ଟିମ୍ ସହ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିଲେ । ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୬୩, ୩୭୬ ଡି-ଏ, ୩୯୪ରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.